ସହକର୍ମୀଙ୍କ ସହ ସଂପର୍କ ରଖିଥିବା କାରଣରୁ ମ୍ୟାକ୍‌ଡୋନାଲ୍ଡର ସିଇଓ ଷ୍ଟିଭ୍‌ ଇଷ୍ଟର୍‌ବୁକଙ୍କୁ ଚାକିରିରୁ ବିଦା କଲା କମ୍ପାନି

ନ୍ୟୁୟର୍କ: ମ୍ୟାକ୍‌ଡୋନାଲ୍ଡର ସିଇଓ ଷ୍ଟିଭ୍‌ ଇଷ୍ଟର୍‌ବୁକଙ୍କୁ କମ୍ପାନି ଚାକିରିରୁ ବାହାର କରି ଦେଇଛି। ସିଏନ୍‌ଏନ୍‌ରେ ମ୍ୟାକ୍‌ଡୋନାଲ୍ଡ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଲେଖାଯାଇଛି ଯେ ସେ କମ୍ପାନି ନିୟମ ଭଙ୍ଗ କରିଥିବାରୁ ତାଙ୍କୁ କମ୍ପାନିରୁ ବହିଷ୍କାର  କରି ଦିଆଯାଇଛି। ଜାଣିବାକୁ ମିଳିଛି ଯେ ଷ୍ଟିଭ୍‌ ଇଷ୍ଟର୍‌ବୁକ ତାଙ୍କର ଜଣେ ସହକର୍ମୀଙ୍କ ସହମତିରେ ସଂପର୍କ ରଖିଥିଲେ, ଯାହାକି କମ୍ପାନିର ନିୟମ ବିରୋଧୀ। ଏହି କାରଣରୁ କମ୍ପାନି ପକ୍ଷରୁ ସିଇଓଙ୍କୁ ବହିଷ୍କାର କରାଯାଇଛି।

ଷ୍ଟିଭ୍‌ଙ୍କୁ ଚାକିିରିରୁ ବହିଷ୍କାର ପରେ କମ୍ପାନି ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ଦେଇ ସାରିଛି। ଷ୍ଟିଭ୍‌ ଇଷ୍ଟର୍‌ବୁକ୍‌ ୨୦୧୫ ମସିହାରୁ ମ୍ୟାକ୍‌ଡୋନାଲ୍ଡ ସହ ଯୋଡ଼ି ହୋଇ ଥିଲେ। ତେବେ, ନୂଆ ଦାୟିତ୍ୱରେ ନିଯୁକ୍ତି ପାଇବା ପରେ କମ୍ପାନିର ନୂଆ ସିିଇଓ କମ୍ପାନିରୁ ଆଗକୁ ନେବାର ପ୍ରତିଶ୍ରୁତି ଦେଇଛନ୍ତି।

The Standard

ଜାଣିବାକୁ ମିଳିଛି ଯେ ଷ୍ଟିଭ୍‌ ତାଙ୍କ ସହକର୍ମୀଙ୍କ ସହ ସଂପର୍କରେ ଥିବା କାରଣରୁ କମ୍ପାନିର କର୍ମଚାରୀମାନଙ୍କୁ ଏକ ମେଲ୍‌ ଲେଖି କ୍ଷମା ମାଗିଛନ୍ତି। ସେ ତାଙ୍କ ମେଲ୍‌ରେ ଲେଖିଛନ୍ତି କି ‘ମୁଁ ଏକ ସହମତି ସଂପର୍କରେ ଥିଲି, ଯାହାକି କମ୍ପାନିର ନିୟମ ବିରୋଧୀ। ଏହା ମୋର ଭୁଲ୍‌ ଓ ମୁଁ ସ୍ୱୀକାର କରୁଛି ଯେ ମୋର ଏବେ ଯିବା ଜରୁରୀ। ଆଶା କରୁଛି ଆପଣମାନେ ମୋ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବେ।’

ସମ୍ବନ୍ଧିତ ଖବର