ତେଲେଙ୍ଗାନାରେ କଂଗ୍ରେସର ମଙ୍ଗ ଧରିବେ ମହମ୍ମଦ ଆଝାରୁଦ୍ଦିନ୍‌: ପିସିସି କାର୍ଯ୍ୟକାରୀସଭାପତି ନିଯୁକ୍ତ

ନୂଆଦିଲ୍ଲୀ: କ୍ରିକେଟରରୁ ନେତା ବନିଥିବା ମହମ୍ମଦ ଆଝାରୁଦ୍ଦିନ୍‌ ତେଲେଙ୍ଗାନାରେ କଂଗ୍ରେସର ମଙ୍ଗ ସମ୍ଭାଳିବେ। ଶୁକ୍ରବାର କଂଗ୍ରେସ ପକ୍ଷରୁ ତାଙ୍କୁ ତେଲଙ୍ଗାନ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନଭେମ୍ବର ୩୦ ତାରିଖରେ ପୂର୍ବତନ ସାଂସଦ ଆଝାରୁଦ୍ଦିନ୍‌ଙ୍କ ନିଯୁକ୍ତି ସଂପର୍କିତ ଘୋଷଣା କରିଛନ୍ତି। ଆଝାରଙ୍କ ନେତୃତ୍ୱରେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇଛି।

୫୫ ବର୍ଷୀୟ ଆଝାରୁଦ୍ଦିନ୍‌ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପ୍‌ଟେନ୍‌ ରହିବା ସହିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିସିସିଆଇ ତାଙ୍କ ଉପରେ ଆଜୀବନ ବାସନ୍ଦ ଲଗାଇଥିଲା। କିନ୍ତୁ ୨୦୦୦୬ ମସିହାରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ୨୦୦୯ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

ଏନେଇ ଆଜି ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର