ଢାକା: ଢାକା ବିମାନ ଦୁର୍ଘଟଣା ମଧ୍ୟରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସରକାରଙ୍କ ବିଫଳତା ପାଇଁ ନିଜ ନାଗରିକଙ୍କ ଦ୍ୱାରା ଟାର୍ଗେଟ୍ ହେଉଛନ୍ତି। ଏହାରି ମଧ୍ୟରେ ୟୁନୁସ୍ଙ୍କର ଏକ ଫେସ୍ବୁକ୍ ପୋଷ୍ଟ୍ ସଭିଙ୍କ ମୁଣ୍ଡବିନ୍ଧାର କାରଣ ବନିଛି।
ବାଂଲାଦେଶ ବିମାନ ଦୁର୍ଘଟଣା ପରେ ମହମ୍ମଦ ୟୁନୁସଙ୍କ ଚାନ୍ଦା ମାଗିବା ଘଟଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ୟୁନୁସ।
ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍, ଏକ ବିମାନ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ଚାନ୍ଦା ବା ସହାୟତା ମାଗିଥିଲେ । ସୋସିଆଲ ମିଡିଆରରେ ଏପରି ଚାନ୍ଦା ମାଗିବାକୁ ନେଇ ଲୋକଙ୍କ ଆକ୍ରୋଶ ଏତେ ବଢ଼ିଯାଇଥିଲା ଯେ ୟୁନୁସ ନିଜ ପୋଷ୍ଟକୁ ଡିଲିଟ୍ କରିବାକୁ ବାଧ୍ୟ ହୋଇଥିଲେ । ପୋଷ୍ଟରେ ଲୋକେ କମେଣ୍ଟ ଦେଇଥିଲେ ଯେ, ସରକାରଙ୍କ ପାଖରେ ଟଙ୍କା ନାହିଁ ଗୁରୁତର ମାନଙ୍କୁ ଚିକିତ୍ସା କରିବା ପାଇଁ । ଆଉ ଜଣେ କହିଥିଲେ ଦେଶ ଚଳାଇବା ପାଇଁ ଭିକ ମାଗିବାକୁ ପଡୁଛି।
ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ବାଂଲାଦେଶ ବାୟୁସେନାର ତାଲିମ ବିମାନ ଅପରାହ୍ନ ୧ଟା ୧୦ ସମୟରେ ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍ ସ୍କୁଲ ଆଣ୍ଡ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବିମାନଟି ଖସିପଡିଥିଲା, ଯେଉଁ ସ୍କୁଲରେ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଦୁର୍ଘଟଣା ସ୍ଥଳରୁ ନିଆଁ ଓ କଳା ଧୂଆଁ ଉଠୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି, ବିମାନଟି ସ୍କୁଲର ଗେଟ୍ ନିକଟରେ ପଡି ନିଆଁ ଲାଗିଯାଇଥିଲା । ଆହତଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ପରେ ବାଂଲାଦେଶ ସେନା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏହି ଘଟଣାକୁ ଦୁଃଖର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/23/new-project-2025-07-23-14-20-09.jpg)