ଚେନ୍ନାଇ: ଏମ୍ଡିଏମ୍କେ ମୁଖ୍ୟ ଭାଇକୋଙ୍କୁ ଚେନ୍ନାଇର ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ କରିଛନ୍ତି । ଅଦାଲତ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ବି ଘୋଷଣା କରିଛନ୍ତି।
ଗତ ୨୦୦୯ ମସିହାରେ ଏକ ପୁସ୍ତକ ଉନ୍ମୋଚନ ସଭାରେ ଭାଇକୋ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା। ସେ ସମୟରେ ତାମିଲ୍ନାଡୁର ମୁଖ୍ୟମନ୍ତ୍ରୀ ଥିଲେ ଏମ୍ କରୁଣାନିଧି।
MDMK General Secretary Vaiko has been sentenced to a one year jail term and fined Rs 10,000 by a Chennai Court in a 2009 seditious speech case. (file pic) pic.twitter.com/O22qXdiDX7
— ANI (@ANI) July 5, 2019
ଭାଇକୋ ତାଙ୍କ ଭାଷଣରେ କହିଥିଲେ କି ‘ମୋର ଶ୍ରୀଲଙ୍କା ଆତଙ୍କବାଦୀ ସଂଗଠନ ଏଲ୍ଟିଟିଇ ପ୍ରତି ସମର୍ଥନ ରହିଛି।’ ତାଙ୍କର ଏପରି ମନ୍ତବ୍ୟରେ ଚେନ୍ନାଇ ପୁଲିସ୍ ତାଙ୍କ ବିରୋଧରେ ୨୦୦୯ ମସିହାରେ ମାମଲା ରୁଜ୍ଜୁ କରିଥିଲା।