ଅତି ଆବଶ୍ୟକ ନହେଲେ ଶ୍ରୀଲଙ୍କା ଭ୍ରମଣରେ ନ ଯିବା ଲାଗି ଭାରତୀୟ ନାଗରିକଙ୍କୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ : ଗତ ରବିବାରର ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀଲଙ୍କାରେ ଏବେ ପରିସ୍ଥିତି ଚିନ୍ତାଜନକ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ ରାତିରେ କର୍ଫ୍ୟୁ ଲଗାଯାଇଛି । ଆଜି ମଧ୍ୟ ଶ୍ରୀଲଙ୍କା ସେନାର ଅପରେସନ ଫଳରେ ୧୫ ଜଣ ସଂଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜର ନାଗରିକମାନଙ୍କୁ ଶ୍ରୀଲଙ୍କା ଯିବାକୁ ବାରଣ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଅତି ଜରୁରୀ ନହେଲେ ଶ୍ରୀଲଙ୍କା ଭ୍ରମଣରେ ଯାଆନ୍ତୁ ନାହିଁ । ଯଦି ଅତି ଜରୁରୀ କାର୍ଯ୍ୟ ଅଛି ତେବେ କଲମ୍ବୋରେ ଥିବା ଭାରତୀୟ ହାଇକମିଶନର, କଣ୍ଡିରେ ଥିବା ଡେପୁଟୀ ହାଇକମିଶନର କିମ୍ବା ଜାଫନା, ହାମ୍ବନତୋଟାରେ ଥିବା କନସୁଲେଟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ମିଶନର େଓ୍ଵବସାଇଟରେ ଏଥିଲାଗି ଆବଶ୍ୟକୀୟ ହେଲପଲାଇନ ନମ୍ବର ରହିଛି । ଏହି ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ ରାତିରେ କର୍ଫ୍ୟୁ ଲାଗୁଥିବାରୁ ଭ୍ରମଣ କରିବାରେ ଅସୁବିଧା ଉପୁଜିପାରେ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର