ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କରୋନା ପଜିଟିଭ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟୁଇଟ କରି ଜଣାଇବା ସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି  ଉପଯୁକ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ଆଜି ସେ ଫ୍ରାନ୍ସର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜିନ ଭେସ ଲେ ଡ୍ରିଆନଙ୍କୁ ଭର୍ଚୁଆଲ ମୋଡରେ ସାକ୍ଷାତ କରିଥିଲେ । ଫ୍ରାନ୍ସରେ ଭାରତ ପାଇଁ ଥିବା ସମ୍ଭାବନା ବାବଦରେ ଉଭୟ ନେତା ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ତଳକୁ ଖସିଯାଇଛି । ତେବେ ଏହି ୨୪ ଘଣ୍ଟାରେ ୫୭୩ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପଜିଟିଭିଟି ହାର ୧୭ ପ୍ରତିଶତ ରହିଛି । ଦେଶର ୧୧ଟି ରାଜ୍ୟରେ ୫୦ ହଜାର ଲେଖାଏଁରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୧୪ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ଲେଖାଏଁ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଓ ଅବଶିଷ୍ଟ ୧୧ଟି ରାଜ୍ୟରେ ୧୦ ହଜାରରୁ କମ ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର