ନ୍ୟୁୟର୍କ : ଜାତିସଂଘର ୮୦ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ପହଞ୍ଚିଛନ୍ତି। ସୋମବାର ସେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ଏଚ-୧ବି ଭିସା, ଟାରିଫ ଏବଂ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ହୋଇଥିଲା।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମାର୍କୋ ରୁବିଓଙ୍କ ସହ ତାଙ୍କ ବୈଠକରେ ଉଭୟ ଦେଶ ମଧ୍ୟରେ ଥିବା ବର୍ତ୍ତମାନର ପ୍ରସଙ୍ଗ ସମେତ ଅନ୍ତର୍ଜାତୀୟ ମୁଦ୍ଦାଗୁଡ଼ିକ ଉପରେ ଆଲୋଚନା ହୋଇଛି। ସେ କହିଛନ୍ତି ଯେ ଅନେକ ମୁଦ୍ଦାରେ ନିରନ୍ତର ସହଯୋଗ ପାଇଁ ସହମତି ହୋଇଛି।ଏହି ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଗତ କିଛି ମାସରେ ଉଭୟ ଦେଶ ମଧ୍ୟରେ ଉଭା ହୋଇଥିବା ମତଭେଦଗୁଡ଼ିକୁ ଦୂର କରିବା ପାଇଁ ହୋଇଥିଲା। ଜୟଶଙ୍କର ଏବଂ ରୁବିଓଙ୍କ ମଧ୍ୟରେ ଏହା ଚଳିତ ବର୍ଷର ତୃତୀୟ ସାକ୍ଷାତ ଥିଲା। ସେମାନଙ୍କର ପୂର୍ବ ଆଲୋଚନା ୧ ଜୁଲାଇରେ ଓ୍ଵାଶିଂଟନରେ କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ସମୟରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/22/mea-2025-09-22-22-59-45.jpg)