ନୂଆଦିଲ୍ଲୀ : ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ, ଭାରତୀୟ ସେନା ଓ ବାୟୁସେନା । ଶୁକ୍ରବାର ଅପରାହ୍ଣରେ ବୈଦେଶିକ ସଚିବ ବିକ୍ରିମ ମିସ୍ରି, କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂ କରିଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଦୁଃସାହସ ସଂପର୍କରେ ସୂଚନା ଦିଆଯାଇଛି । 

Advertisment

କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ପାକିସ୍ତାନ ତୁର୍କୀ ନିର୍ମିତ ପ୍ରାୟ ୩୦୦ରୁ ୪୦୦ ଡ୍ରୋନ ବ୍ୟବହାର କରି ଭାରତର ବିଭିନ୍ନ ସେନା, ବେସାମରିକ ଓ ଧାର୍ମିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା । ଭାରତ ନିଜର ବହୁସ୍ତରୀୟ ବାୟୁ ପ୍ରତିରୋଧକ ବ୍ୟବସ୍ଥା ବ୍ୟବହାର କରି ସେଗୁଡ଼ିକୁ ନାକାମ କରିଦେଇଥିଲା । ଅତ୍ୟନ୍ତ ଦ୍ବାୟିତ୍ବର ସହ ଭାରତ ଏସବୁର ଜବାବ ଦେଇଥିଲା । ସେ କହିଛନ୍ତି ଯେ ପାକିସ୍ତାନ ଯାତ୍ରୀବାହୀ ବିମାନଗୁଡ଼ିକୁ ଢାଲ ଭାବେ ବ୍ୟବହାର କରୁଛି ।

ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ବେସାମରିକ ବିମାନ ରୁଟଗୁଡ଼ିକୁ ସଂପୂର୍ଣ୍ଣଭାବେ ବନ୍ଦ କରିନାହିଁ । ଫଳରେ ସେଠାରେ ବିଭିନ୍ନ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି । ଏପରିକି ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ ଚଳାଚଳ କରୁଛି । ପାକିସ୍ତାନ ସେଗୁଡ଼ିକୁ ଗୋଟିଏ ପ୍ରକାରେ ଢାଲ ଭାବେ ବ୍ୟବହାର କରୁଛି । କାରଣ ପାକିସ୍ତାନ ଜାଣିଛି ଯେ ଏକ ଦ୍ବାୟିତ୍ବବାନ ଦେଶଭାବେ ଭାରତ ବେସାମରିକ ବିମାନଗୁଡ଼ିକୁ ଟାର୍ଗେଟ୍ କରିବ ନାହିଁ ।

ପାକିସ୍ତାନର ଚାଲ୍ 
ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ବେସାମରିକ ବିମାନ ରୁଟଗୁଡ଼ିକୁ ସଂପୂର୍ଣ୍ଣଭାବେ ବନ୍ଦ କରିନାହିଁ । ଫଳରେ ସେଠାରେ ବିଭିନ୍ନ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି । ଏପରିକି ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ ଚଳାଚଳ କରୁଛି । ପାକିସ୍ତାନ ସେଗୁଡ଼ିକୁ ଗୋଟିଏ ପ୍ରକାରେ ଢାଲ ଭାବେ ବ୍ୟବହାର କରୁଛି । କାରଣ ପାକିସ୍ତାନ ଜାଣିଛି ଯେ ଏକ ଦ୍ବାୟିତ୍ବବାନ ଦେଶଭାବେ ଭାରତ ବେସାମରିକ ବିମାନଗୁଡ଼ିକୁ ଟାର୍ଗେଟ୍ କରିବ ନାହିଁ । ଯଦି ପାକିସ୍ତାନ ଉପରେ ଆକ୍ରମଣ କରିବା ବେଳେ ଭାରତର କୌଣସି ଡ୍ରୋନ ବା ରକେଟ କୌଣସି ଯାତ୍ରୀବାହୀ ବିମାନରେ ଲାଗେ ତେବେ ଶହ ଶହ ଯାତ୍ରୀ ମୃତ୍ୟୁମୁଖରେ ପଡ଼ିବେ । ଏହାକୁ ଦେଖାଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ପ୍ରଚାର କରିପାରିବ ଓ ନିଜ ପାଇଁ ସମବେଦନା ହାସଲ କରିପାରିବ ।