ନୂଆଦିଲ୍ଲୀ: ଦେଶରେ ଏଣିକି କାଗଜ ପାସ୍ପୋର୍ଟ ପରିବର୍ତ୍ତେ ଇ- ପାସ୍ପୋର୍ଟ ପ୍ରଣୟନ ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହି ଇ- ପାସ୍ପୋର୍ଟ ବ୍ୟବସ୍ଥା ସମଗ୍ର ଦେଶରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଏହି ନୂତନ ଇ- ପାସ୍ପୋର୍ଟ ‘ଚିପ୍’ ସମ୍ବଳିତ ହେବା ସହ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏହା ଶତ ପ୍ରତିଶତ ନିରାପଦ ରହିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ।
ସପ୍ତମ ପାସ୍ପୋର୍ଟ ସେବା ଦିବସ ପାଳନ ଅବସରରେ ପ୍ରସ୍ତାବିତ ନୂତନ ଇ- ପାସପୋର୍ଟ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଏସଂପର୍କରେ ଇତିମଧ୍ୟରେ ‘ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍’ ସହ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିବା ବେଳେ ‘ଚିପ୍’ ଆଧାରିତ ଇ-ପାସ୍ପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।
/sambad/media/post_attachments/wp-content/uploads/2019/06/S-Jaishankar1-300x199.jpg)
‘ଚିପ୍’ ଆଧାରିତ ଇ-ପାସ୍ପୋର୍ଟ ପ୍ରଣୟନ ହୋଇଗଲେ ଆଉ ପାସ୍ପୋର୍ଟ ଧାରୀମାନଙ୍କୁ ପାସ୍ପୋର୍ଟ ବହି ଧରି ବୁଲିବା ପାଇଁ ପଡ଼ିବ ନାହିଁ। ପରଂ ସେମାନଙ୍କର ସମସ୍ତ ତଥ୍ୟ ଇ-ପାସକୋର୍ଟର ଚିପ୍ ମଧ୍ୟରେ ସୁରକ୍ଷିତ ହୋଇ ରହିବ। କେହି ଚାହିଁଲେ ସୁଦ୍ଧା ତଥ୍ୟକୁ ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ବଦଳାଇ ପାରିବେ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।