ଚୀନ ବଳପୂର୍ବକ ପ୍ରକୃତ ନିୟନ୍ତ୍ରଣ ରେଖାକୁ ବଦଳାଇବାକୁ ଉଦ୍ୟମ କରିବାରୁ ସଂଘର୍ଷ ହେଲା : ଭାରତ

ନୂଆଦିଲ୍ଲୀ : ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସଂପର୍କରେ ସରକାରୀଭାବେ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ଏହି ବୟାନରେ କୁହାଯାଇଛି ଯେ ଜୁନ ୧୫ ରାତିରେ ଚୀନ ସେନା ପକ୍ଷରୁ ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଉଭୟ ପକ୍ଷର କ୍ଷତି ହୋଇଛି । ଯଦି ଚୀନ ପକ୍ଷ ପୂର୍ବ ବୁଝାମଣାକୁ ପାଳନ କରିଥାନ୍ତେ ତେବେ ଏହି ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା । ଭାରତ ସବୁବେଳେ ଏଲଏସି ଏପଟେ ରହି କାର୍ଯ୍ୟକରିଆସିଛି । ଚୀନ ପକ୍ଷରୁ ମଧ୍ୟ ଏହାକୁ ସମ୍ମାନ ଦିଆଯିବା ଉଚିତ । ସୀମାରେ ଦେଖାଦେଇଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତ ଉଦ୍ୟମ କରିଆସିଛି । କିନ୍ତୁ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତ ବଦ୍ଧପରିକର ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ସୈନିକ ହାବଲଦାର କେ. ପାଲାନି ଓ ସୁନୀଲ କୁମାରଙ୍କ ସମେତ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ । ସେହିପରି ଚୀନ ପକ୍ଷର କିଛି ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ସ୍ୱୀକାର କରିଛି । ଚୀନ ପକ୍ଷର କେତେକ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା ମଧ୍ୟ ନିଜ ବୟାନରେ ସ୍ପଷ୍ଟ କରିଛି ।

ସମ୍ବନ୍ଧିତ ଖବର