ସୁଷମାଙ୍କ ଦୀପାବଳି ଉପହାର: ସମସ୍ତ ଯୋଗ୍ୟ ପାକିସ୍ତାନୀଙ୍କୁ ମେଡିକାଲ ଭିସା ମଞ୍ଜୁର

ନୂଆଦିଲ୍ଲୀ: ନିଜ ମାନବବାଦୀ ଆଭିମୁଖ୍ୟ ପାଇଁ ପାକିସ୍ତାନ ଜନତାଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଦୀପାବଳି ଅବସରରେ ପାକିସ୍ତାନର ନାଗରିକମାନଙ୍କୁ ପୁଣି ଏକ ଉପହାର ଦେଇଛନ୍ତି। ସୁଷମା କହିଛନ୍ତି ଭାରତରେ ଚିକତ୍ସା ପାଇଁ ମେଡିକାଲ ଭିସା ପାଇଁ ଆବେଦନ କରିଥିବା ସମସ୍ତ ଯୋଗ୍ୟ ।କିସ୍ତାନୀ ଆବେଦନକର୍ତ୍ତାଙ୍କୁ ଭାରତୀୟ ଭିସା ମଞ୍ଜୁର କରିଛନ୍ତି। ଫଳରେ ଭାରତରେ ଆସି ଚିକିତ୍ସା ହେବାକୁ ଯାଉଥିବା ପାକିସ୍ତାନୀ ନାଗରିକମାନେ ବିନା କୌଣସି ଅସୁବିଧାରେ ଆସି ଭାରତରେ ସେମାନଙ୍କ ଚିକିତ୍ସା କରି ପାରିବେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟ୍‌ କରି କହିଛନ୍ତି ଯେ ଦୀପାବଳୀ ଅବସରରେ ଭାରତ ଆଜି ପାକିସ୍ତାନରୁ ଆସିିଥିବା ସମସ୍ତ ଯୋଗ୍ୟ ଆବେଦନଗୁଡ଼ିକୁ ମେଡିକାଲ ଭିସା ପ୍ରଦାନ କରିଛି।

ପାକିସ୍ତାନ ନାଗରିକାମାନଙ୍କ ପାଇଁ ସୁଷମା ସ୍ୱରାଜ ଏକ ଅନନ୍ୟ ଦୀପାବଳି ଉପହାର ଦେଇଛନ୍ତି। ବିଶେଷ କରି ରୋଗ ଯନ୍ତ୍ରଣାରେ ଜର୍ଜରିତ ପାକିସ୍ତାନୀ ନାଗରିକି ଯେଉଁମାନେ ଚିକତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିଲେ, ଆଜି ଦୀପାବିଳି ଅବସରରେ ଶ୍ରୀମତୀ ସ୍ୱରାଜ ସେମାନଙ୍କ ମେଡିକାଲ ଭିସା ଆବେଦନକୁ ମଞ୍ଜୁର କରି ସେମାନଙ୍କୁୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପାକସ୍ତାନର ବହୁ ନାଗରିକ ସିଧାସଳଖ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ଵିଟ୍‌ କରି ମେଡିକାଲ ଭିସା ମଞ୍ଜୁର କରିବାକୁ ଅନୁରୋଧ କରୁଛନ୍ତି। ଏପରିକି ଭାରତ- ପାକିସ୍ଥାନ ମଧ୍ୟରେ କଡ଼ା ବିଦ୍ୱେଷ ଲାଗି ରହିଥିବା ସତ୍ତ୍ୱେ ସୁଷମା ସ୍ୱରାଜ ଭାରତର ମାନବଧର୍ମୀ ଆଭିମୁଖ୍ୟକୁ ଏହି ବିବାଦ ମଧ୍ୟରେ କେବେ ସୀମିତ ରଖିବାକୁ ଚାହିଁ ନାହାଁନ୍ତି। ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ପାକିସ୍ତାନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନିରାଶ ନ କରି ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସୁଷମା ସ୍ୱରାଜ ଓ ସେମାନଙ୍କ ଭିସା ଆବେଦନକୁ ମଞ୍ଜୁର କରୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ ମିଳୁଛି।
ସୂଚନା ଯୋଗ୍ୟ ଯେ ଚିକିତ୍ସା ପାଇଁ ଭାରତକୁ ଆସିବାକୁ ଚାହୁଥିବା ପାକିସ୍ତାନୀ ନାଗରିକଙ୍କୁ ତାଙ୍କ ଦେଶର ବୈଦେଶିକ ମନ୍ତ୍ରଣାଳୟର ଚିଠି ଆଣିବାକୁ ବାଧ୍ୟତାମୂଳକ ରହିଛି। କିନ୍ତୁ ଅଧିକାଂଶ ସମୟରେ ସୁଷମାମାନବିକତା ଦୃଷ୍ଟିକୋଣରୁ ରୋଗୀକୁ ଚିକିତ୍ସା ପାଇଁ ଭିସା ମଞ୍ଜୁୁର କରିବାରେ ବେଶ ସହୃଦୟତା ଦେଖାଉଛନ୍ତି। ଏପରିକି ସୁଷମା ସ୍ୱରାଜତାଙ୍କ ପ୍ରତିପକ୍ଷ ତତ୍‌କାଳୀନ ପାକିସ୍ତାନୀ ବୈଦଶିକ ମନ୍ତ୍ରୀ ସରତାଜ ଅଜିଜଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନ ଥିଲେ।
ସୂଚନାଯୋଗ୍ୟ ଯେ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଦାୟିତ୍ୱ ନେବା ପରେ ଭାରତର ପଡୋଶୀ ଦେଶର ନାଗରିକମାନଙ୍କ ପ୍ରତି ବେଶ୍‌ ଅନୁଗ୍ରହ ଦେଖାଇଛନ୍ତି। ବିଶେଷ କରି ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ଦେବାରେ ସୁଷମା କେବେ କାର୍ପଣ୍ୟ କରି ନାହାଁନ୍ତି। ଏପରିକି ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ବର୍ଷ ବର୍ଷ ଧରି ମେଡିକାଲ ଭିସା ନ ପାଇ ସୁଷମା ସ୍ୱରାଜଙ୍କୁ ଟ୍ଵିିଟ୍‌ କରିବା ପରେ ଶ୍ରୀମତୀ ସ୍ୱରାଜ ସେମାନଙ୍କ ଆବେଦନକୁ ତୁରନ୍ତ ବିଚାରକୁ ନେଇ ସେମାନଙ୍କ ସମସ୍ୟାର ସମାଧାନ କରିଛନ୍ତି। ସୋସିଆଲ ମିଡିଆ ବିଶେଷ କରି ଟ୍ଵିଟ୍‌ରରେ ବେଶ୍‌ ଆକ୍ଟିଭ୍‌ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ଟ୍ଵିଟ୍‌ କରି ପାକିସ୍ତାନୀ ନାଗରିକଙ୍କ ଭିସା ମଞ୍ଜୁର ସମ୍ପର୍କରେ ଜଣାଇବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ଘଟଣା ତାଙ୍କୁ ପାକିସ୍ତାନରେ ବେଶ ଲୋକପ୍ରିୟ କରିଛି।

ସମ୍ବନ୍ଧିତ ଖବର