ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ପଡୁଥିବାରୁ ଅଗଷ୍ଟ ୩୧ ତାରିଖ ଦିନ ବେଙ୍ଗାଲୁରୁରେ ‘ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକେ’ (ବିବିଏମ୍‌ପି) ଜୀବହତ୍ୟା ଓ ମାଂସ ବିକ୍ରୟ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।

‘ବିବିଏମ୍‌ପି’ ଅଞ୍ଚଳ ମଧ୍ୟରେ ଉପରୋକ୍ତ ନିଷେଧାଦେଶ ଲାଗୁ ହେବ।

Advertisment

ଗଣେଶ ଚତୁର୍ଥୀ ଦିନ ଜୀବହତ୍ୟା ଏବଂ ମାଂସ ବିକ୍ରୟ ନିଷେଧ ସଂକ୍ରାନ୍ତରେ କନ୍ନଡ଼ ଭାଷାରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି:  ପଶୁପାଳନର ଯୁଗ୍ମ ନିର୍ଦେଶକ ସୂଚନା ଦେଇଛନ୍ତି ଯେ, ଅଗ‌ଷ୍ଟ ୩୧ ତାରିଖ ଦିନ ଗଣେଶ ଚତୁର୍ଥୀ ଯୋଗୁଁ ‘ବୃହତ୍‌ ବାଙ୍ଗାଲୋର୍‌ ମହାନଗର ନିଗମ’ ଅଞ୍ଚଳରେ ଥିବା ଷ୍ଟଲ୍‌ଗୁଡ଼ିକରେ ଜୀବହତ୍ୟା ଓ ମାଂସ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

publive-image Image Courtesy of Times Now

ମହାନଗର ନିଗମ ନିର୍ଦେଶ ଅନୁସାରେ, ସେଦିନ ସହରରେ ଥିବା ସମସ୍ତ ମାଂସ ଦୋକାନ ବନ୍ଦ ରହିବ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଜନତା ଦଳ ସିକ୍ୟୁଲାର୍‌’ର ନେତା ତନବୀର୍‌ ଅହମଦ୍‌ ‘ରିପବ୍ଲିକ୍‌ ଟିଭି’କୁ କହିଛନ୍ତି, କର୍ଣ୍ଣାଟକ ସରକାର ସମସ୍ୟା ଉପରେ ଧ୍ୟାନ ଦେଉନାହାନ୍ତି। ରାସ୍ତାରେ ଖାଲଖମା ସମସ୍ୟା, ଯୁବବର୍ଗ, ବେକାରୀ ଏବଂ ରାଜ୍ୟରେ ହିଂସା ଦମନ ଆଦି ସମସ୍ୟା କଥା ନ ବୁଝି ସେମାନେ ଅନ୍ୟ କାମରେ ପ୍ରଶଂସା ପାଇଁ ବ୍ୟାକୁଳ ହେଉଛନ୍ତି। ବେଙ୍ଗାଲୁରୁର ୮୫% ଜନତା ମାଂସଭୋଜୀ। ଯଦି ସରକାର ମାଂସ ଉପରେ ନିଷେଧାଜ୍ଞା ଜାରି କରୁଛନ୍ତି, ଆମେ ସରକାରଙ୍କ ନିଷ୍ପତ୍ତି ମାନିବୁ।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଶୁକ୍ରବାର ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଜୀବହତ୍ୟା ଓ ମାଂସ ବିକ୍ରୟ ନିଷେଧ କରାଯାଇଥିଲା।