ହେଲିକପ୍ଟର ବ୍ଲେଡ୍‌ ମୁଣ୍ଡରେ ପଡ଼ି ମେକାନିକ୍‌ଙ୍କ ମୃତ୍ୟୁ, ଅଧା ରହିଗଲା ସ୍ବପ୍ନ

ୟବତମାଲ : ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ହେଲିକପ୍ଟର ନିର୍ମାଣ କରୁଥିବା ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ସେହି ହେଲିକପ୍ଟରର ଏକ ବ୍ଲେଡ୍ ଖସିପଡିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ବୁଧବାର ପୁଲିସ ପ୍ରକାଶ କରିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ମହାଗାଓଁ ତାଲୁକା ଅନ୍ତର୍ଗତ ଫୁଲସାଭାଙ୍ଗି ଗ୍ରାମରେ ଏହି ଘଟଣା ଘଟିଥିଲା, ଯେତେବେଳେ ମେକାନିକ୍ ଶେଖ ଇସମାଇଲ ଶେଖ ଇବ୍ରାହିମ ତାଙ୍କ କର୍ମଶାଳାରେ ନିଜେ ତିଆରି କରୁଥିବା ହେଲିକପ୍ଟରର ପରୀକ୍ଷା କରୁଥିଲେ। ମୃତ ବ୍ୟକ୍ତି ଗତ ଦୁଇ ବର୍ଷ ଧରି ନିଜେ ହେଲିକପ୍ଟର ନିର୍ମାଣ କରୁଥିଲେ ବୋଲି ପୁଲିସ କହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇବ୍ରାହିମ୍ ହେଲିକପ୍ଟର ପରୀକ୍ଷା କରିବାବେଳେ ଏଥିରେ ଏକ ତ୍ରୁଟି ଦେଖାଯାଇଥିଲା ଏବଂ ଗୋଟିଏ ବ୍ଲେଡ୍ ହୁଗୁଳି ତାଙ୍କ ମୁଣ୍ଡରେ ପଡିଯାଇଥିଲା। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର