ନୂଆଦିଲ୍ଲୀ: ଉଚ୍ଚତର ଅଦାଲତ ଦେଉଥିବା ମୌଖିକ ମନ୍ତବ୍ୟକୁ ରିପୋର୍ଟିଙ୍ଗ୍ କରିବାରୁ ଗଣମାଧ୍ୟମକୁ ନିବୃତ୍ତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଭାରତର ନିର୍ବାଚନ କମିସନ୍‌କୁ କହିଛନ୍ତି।

Advertisment

ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନରହତ୍ୟା ଅଭିଯୋଗ’ ମନ୍ତବ୍ୟ ବିରୋଧରେ ଭାରତର ନିର୍ବାଚନ କମିସନ୍ କରିଥିବା ଅଭିଯୋଗର ଶୁଣାଣି କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ଦେଶରେ କୋଭିଡ୍‌-୧୯ର ମାରାତ୍ମକ ପ୍ରବାହ ଚାଲିଥିବା ବ‌େଳେ ରାଜନୈତିକ ପଟୁଆର ପାଇଁ ଅନୁମତି ଦେଇଥିବା କାରଣୁ ମାଡ୍ରାସ୍‌ ହାଇକୋର୍ଟ ଭାରତର ନିର୍ବାଚନ କମିସନ୍‌ଙ୍କୁ ତୀବ୍ର ସମାଲୋଚନା କରିଥିଲେ।

publive-image Image Courtesy of NDTV

ଭାରତର ନିର୍ବାଚନ କମିସନ୍‌ଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ରାକେଶ ଦ୍ବିବେଦୀ ହାଜର ହୋଇଥିଲେ। ତାଙ୍କୁ ବିଚାରପତି ଚନ୍ଦ୍ରଚୂଡ଼ କହିଲେ, ଅଦାଲତରେ ହେଉଥିବା ଆଲୋଚନା ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟ କରିପାରିବ ନାହିଁ ବୋଲି ଆମେ କହିପାରିବୁ ନାହିଁ। ଆଲୋଚ୍ୟ ପ୍ରସଙ୍ଗ ଜନସାଧରଣଙ୍କ ସ୍ବାର୍ଥ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ଅଦାଲତଙ୍କ ଚୂଡ଼ାନ୍ତ ଆଦେଶ ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଅଦାଲତରେ ହେଉଥିବା ଆଲୋଚନା ହେଉଛି ‘ବାର୍‌’ ଓ ‘ବେଞ୍ଚ୍‌’ ମଧ୍ୟରେ ଆଳାପ। ଏହି ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାରେ ଗଣମାଧ୍ୟମ ହେଉଛି ଅତନ୍ଦ୍ର ପ୍ରହରୀ। ଗଣମାଧ୍ୟମ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି କରେ।

ବିଚାରପତି ଚନ୍ଦ୍ରଚୂଡ଼ ସିଂହ ଆହୁରି ମଧ୍ୟ କହିଲେ, ଆମେ ହାଇକୋର୍ଟମାନଙ୍କୁ ନିରୁତ୍ସାହ କରିବୁ ନାହିଁ। ସେମାନେ ଆମ ଗଣତନ୍ତ୍ରର ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ।