ଜାତୀୟ ଗଣମାଧ୍ୟମ ସଂସ୍ଥାର ୨୮କର୍ମଚାରୀ କରୋନା ସଂକ୍ରମିତ; କାର୍ଯ୍ୟାଳୟ ହେଲା ସିଲ୍‌

ନୋଏଡା : ଦେଶର ବଡ଼ ମିଡିଆ ହାଉସ୍‌ ଜି ମିଡିଆ କର୍ପୋରେସନ୍‌ ଲିମିଟେଡର ୨୮ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୮ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ କାର୍ଯ୍ୟାଳୟ, ନ୍ୟୁଜ ରୁମ୍‌ ଓ ଷ୍ଟୁଡିଓ ଆଦିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଯାଇଛି।

କମ୍ପାନି ପକ୍ଷରୁ ଜାରି କରାଯାଇଥିବା ବୟାନ୍‌ ଅନୁସାରେ, ୨୮ଜଣ କର୍ମଚାରୀ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଯଥା ସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସମ୍ପ୍ରତି କମ୍ପାନିର ପୂରା ସେଟ୍‌ଅପ୍‌କୁ ଅନ୍ୟ କୋଠାକୁ ସ୍ଥାନାନ୍ତର କରାଯାଇଛି।

ଜି ନ୍ୟୁଜର ଏଡିଟର ଇନ୍‌ ଚିଫ୍‌ ସୁଧୀର ଚୌଧୁରୀ ଟୁଇଟ୍ କରି  ପ୍ରକାଶ କରିଛନ୍ତି, କରୋନା ମହାମାରୀ ଏବେ ଜି ମିଡିଆରେ ବି ପ୍ରଭାବ ପକାଇଛି। ଗତ ଶୁକ୍ରବାର ଆମର ଜଣେ ସହଯୋଗୀ କୋଭିଡ-୧୯ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏକ ଦାୟିତ୍ୱବାନ ସଂସ୍ଥା ଭାବେ ଆମେ ଉକ୍ତ ସଂକ୍ରମିତ ସହଯୋଗୀ ଜଣକ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସମସ୍ତଙ୍କ କୋଭିଡ-୧୯ ପରୀକ୍ଷା କରାଇଥିଲୁ। ଏହି ପରୀକ୍ଷା ପରେ ଆମର କାର୍ଯ୍ୟାଳୟର ୨୮ଜଣ କର୍ମଚାରୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ତେବେ ଭଲ କଥା ହେଉଛି କି ଏମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ଲକ୍ଷଣ ଦେଖା ଯାଉନାହିଁ କି ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ହେଉ ନାହିଁ। ଆମ ସମସ୍ତଙ୍କ ଆଶା ଉକ୍ତ କର୍ମଚାରୀମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ।

Noida: Staff at 2 mobile firms, media house test positive | Cities ...
The Indian Express

ବର୍ତ୍ତମାନ ପରିସ୍ଥିତିରେ ଜି ମିଡିଆ କର୍ପୋରେସନ୍‌ ଲିମିଟେଡ୍‌ରେ ୨,୫୦୦ କର୍ମଚାରୀ କାମ କରୁଛନ୍ତି। ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପ୍ରତି କମ୍ପାନି ଯତ୍ନବାନ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର