ବିଜେପି ଆଗରେ ମୁଣ୍ଡ ନୁଆଁଇଥିଲେ ଜେଲରେ ନଥାନ୍ତି: ଲାଲୁ ଯାଦବ

ପାଟନା: ବିହାରରେ ମହାଗଠବନ୍ଧନ ସରକାର ଗଠନ ପରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପୁଣି ଥରେ ସକ୍ରିୟ ହୋଇ ଉଠିଛି। ଜେଡିୟୁ ସହ ସରକାର ଗଠନ ପରେ ତେଜସ୍ବୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ପୁଣି ଥରେ ସକ୍ରିୟ ରାଜନୀତିକୁ ଫେରି ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରଜେଡି ନେତା ଲାଲୁ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ ବର୍ତ୍ତମାନ ବିଜେପିର ହୋଇଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖପତ୍ର ପାଲଟିଛି।

ତାଙ୍କ କହିବା ମୁତାବକ, ଗଣମାଧ୍ୟମ ବାରମ୍ବାର ସମାନ କଥା ଦେଖାଉଛି। ଦେଶର ଅନେକ ଦଳ ଦଙ୍ଗା ଦଳ ସହ ଆପୋଷ ବୁଝାମଣା କରିଛନ୍ତି। କିନ୍ତୁ ମୁଁ ମୋର ମୁଣ୍ଡ ନୁଆଁଇନାହିଁ। ଯଦି ମୁଁ ନତମସ୍ତକ ହୋଇଥା’ନ୍ତି, ତେବେ ବୋଧହୁଏ ମୋତେ ଏତେ ଦିନ ଜେଲରେ ରହିବାକୁ ପଡ଼ିବ ନଥାନ୍ତା। ଏଭଳି କହିବା ସହ ସେ ବିଜେପିକୁ ଦେଶର ଶତ୍ରୁ। ଏହି ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ସହ ଶରଦ ଯାଦବ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ଲାଲୁଙ୍କ ପ‌ରେ ତେଜସ୍ୱୀ ଯାଦବ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ବିଜେପି ନେତାମାନେ ଆଲୋଚନା ନକରିବା ସହ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ବିଷୟରେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ବିଜେପି। ଅମିତ ଶାହାଙ୍କୁ ଟାର୍ଗେଟ କରି ତେଜସ୍ୱୀ ଯାଦବ କହିଥିଲେ ଯେ ଏହି ଲୋକମାନେ ଅଯଥା କାର୍ଯ୍ୟରେ ଲିପ୍ତ ରହିବା ସହ ଜରୁରୀ କାମକୁ ଅଣଦେଖା କରନ୍ତି।

ନିଜ ଦଳର କର୍ମୀଙ୍କୁ ଉପଦେଶ ଦେଇ ତେଜସ୍ବୀ କହିଥିଲେ ଯେ, ଆପଣ ସମସ୍ତେ ସାବଧାନ ରୁହନ୍ତୁ। ସମାଜରେ ଉତ୍ତେଜନା ସୃଷ୍ଟି ନକରିବା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଏବେ ଆମକୁ ସମାଜର ସମସ୍ତ ପଛୁଆ, ଦଲିତମାନଙ୍କୁ ଏକାଠି କରିବାକୁ ପଡିବ। ଏଥିପାଇଁ ଆମକୁ ଲୋକଙ୍କ ସହିତ ଭଲ ଆଚରଣ କରିବାକୁ ପଡିବ। ଆଚରଣ ଭଲ ହେଲେ ଲୋକମାନେ ଆପ ସହିତ ଯୋଡି ହେବେ।

ସମ୍ବନ୍ଧିତ ଖବର