ନୂଆଦିଲ୍ଲୀ : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୩ତମ ସଂସ୍କରଣ ପାଇଁ ଆନୁଷ୍ଠାନିକ ଭାବରେ ମିଡିଆ ପ୍ରତିନିଧିମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଗୋଆରେ ୨୦-୨୮ ନଭେମ୍ବର ୨୦୨୨ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଭାରତ ଏବଂ ବିଶ୍ବର ସର୍ବଶ୍ରେଷ୍ଠ ସମକାଳୀନ ଏବଂ କ୍ଲାସିକ ଫିଲ୍ମ ପ୍ରଦର୍ଶିତ ହେବ। ବିଶ୍ବପ୍ରସିଦ୍ଧ ଫିଲ୍ମ ନିର୍ମାତା, ଅଭିନେତା, ଟେକ୍ନିସିଆନ୍, ଆଲୋଚକ, ଶିକ୍ଷାବିତ୍ମାନଙ୍କ ସହିତ ଉତ୍ସାହୀ ସିନେପ୍ରେମୀ ଆଇଏଫ୍ଏଫ୍ଆଇ ୫୩ରେ ଯୋଗଦେବେ।
କୌଣସି ମହୋତ୍ସବର ସଫଳତାରେ, ଫିଲ୍ମ ସଂସ୍କୃତିର ପ୍ରଚାରରେ, କଳା ପାଇଁ ବାସ୍ତବିକ ପ୍ରେମ ସୃଷ୍ଟି କରିବାରେ, ମାନବୀୟ ପରିସ୍ଥିତି ସହିତ ନିଜକୁ ସମ୍ପୂର୍ଣ୍ଣ ଭାବରେ ସାମିଲ୍ କରିବାରେ ସୂଚନା ଓ ଯୋଗାଯୋଗର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ମିଡିଆ ପ୍ରତିନିଧିମାନଙ୍କୁ ଏହି ମହୋତ୍ସବ ପାଇଁ ପଞ୍ଜୀକରଣ କରିବା ଏବଂ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଇଛି।
ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରୁଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ (୦୧-୦୧-୨୨ ସୁଦ୍ଧା) ଯେକୌଣସି ବ୍ୟକ୍ତି ଏଥିରେ ଭାଗ ନେଇପାରିବେ। ଏଥିପାଇଁ https://my.iffigoa.org/extranet/media/- ଏହି ଲିଙ୍କରେ ନଭେମ୍ବର ୫, ୨୦୨୨ ସୁଦ୍ଧା ଅନଲାଇନ୍ ପଞ୍ଜୀକରଣ କରାଯାଇପାରିବ।