ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସ୍ ଏନ୍ ଶୁକ୍ଳାଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ମେଡିକାଲ କଲେଜରେ ନାମଲେଖା ଦୁର୍ନୀତିରେ ବିଚାରପତି ଶୁକ୍ଳା ସାମିଲ ଥିବା ପ୍ରମାଣ ମିଳିବା ପରେ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଇନ୍-ହାଉସ୍ କମିଟି ତାଙ୍କୁ ହଟାଇବା ପାଇଁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ସୁପାରିସ କରିଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନ ବିଚାରପତି ଶୁକ୍ଳାଙ୍କୁ ତାଙ୍କୁ ପଦରୁ ଇସ୍ତଫା ଦେବା କିମ୍ା ସ୍ୱେଚ୍ଛାରେ ଅବସରର ନେବାକୁ ପ୍ରସ୍ତାବ ନେଇଥିଲେ। ତେବେ ବିଚାରପତି ଶୁକ୍ଳା ଏହି ବିକଳ୍ପ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେବା ପରେ ପ୍ରଧାନ ବିଚାରପତି ତାଙ୍କ ହାତରୁ ନ୍ୟାଳୟପାଳିକାର ସମସ୍ତ ଦାୟିତ୍ୱ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତାଙ୍କୁ ପଦଚ୍ୟୁତ କରିବା ପାଇଁ ରାଷ୍ଟ୍ରପତି ରମାନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ବିଚାରପତିଙ୍କୁ ହଟାଇବାକୁ ହେଲେ ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ। ଏହା ଗୃହୀତ ହେଲେ ସେ ପଦଚ୍ୟୁତ ହେବେ।
ସୂଚନାଯୋଗ୍ୟ, ମେଡିକାଲ କାଉନ୍୍ସିଲ ଅଫ୍ ଇଣ୍ଡିଆର କଟକଣାକୁ ରଦ୍ଦ କରି ବିଚାରପତି ଶୁକ୍ଳା କେତେକ ଘରୋଇ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ଅନୁମତି ଦେଇଥିଲେ। ବିଚାରପତିଙ୍କ ଏହି ରାୟ ପରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା ଏବଂ ଏହାର ତଦନ୍ତ ପାଇଁ ୩ ଜଣ ବିଚାରପତିଙ୍କୁ ନେଇ କମିଟି ଗଠନ ହୋଇଥିଲା। ମେଡିକାଲ ନାମଲେଖା ଦୁର୍ନୀତିରେ ଶୁକ୍ଳା ସଂପୃକ୍ତ ଥିବା ପ୍ରମାଣ ମିଳିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି । ଏଭଳି ନାମଲେଖା ମାମଲାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍ କୁଦ୍ଦୁସୀ ଗିରଫ ହୋଇଥିଲେ। ସେ ଏବେ ଜାମିନରେ ଅଛନ୍ତି। ଅଭିଯୋଗ ହୋଇଥିଲା ଯେ ମେଡିକାଲ କାଉନସିଲ ଦ୍ୱାରା କଳାତାଲିକାଭୁକ୍ତ ଏଭଳି ମେଡିକାଲ କଲେଜ ସପକ୍ଷରେ ରାୟ ଦେବାଲାଗି ହାଇକୋର୍ଟ ଓ ସୁପ୍ରିମ କୋର୍ଟ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/1200px-Allahabad_high_court.jpg)