କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମେଡିକାଲ ପାଠ୍ୟକ୍ରମ ପାଇଁ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଡାକ୍ତରୀ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ର ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରାଯାଇଛି । ଏଥିରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ (ଏମବିବିଏସ୍, ଏମଡି,ଏମଏସ୍,ଡିପ୍ଲୋମା, ବିଡିଏସ, ଏମଡିଏସ) ପାଠ୍ୟକ୍ରମ ପାଇଁ ଓବିସି ଶ୍ରେଣୀଭୂକ୍ତ ଛାତ୍ରଛାତ୍ରୀମାନଙ୍କୁ ୨୭ ପ୍ରତିଶତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମଳିବ । ଏହି ସୁବିଧା ଅଲ ଇଣ୍ଡିଆ କୋଟା ସ୍କିମ(ଏଆଇକ୍ୟୁ) ଆଧାରରେ ମିଳିବ ଓ ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ।

କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏହି ଯୋଜନା ମାଧ୍ୟମରେ ୫,୫୫୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । କେନ୍ଦ୍ର ସରକାର ଆରମ୍ଭରୁ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)କୁ ସଂରକ୍ଷଣର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କିଛିଦିନ ପୂର୍ବରୁ ଏକ ରିଭ୍ୟୁ ମିଟିଂ କରିଥିଲେ ।

Mathrubhumi English

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଏନଡିଏ ସରକାରରେ ସାଂସଦ ଥିବା କିଛି ଓବିସି ବର୍ଗର ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ସେମାନେ ଅଖିଳ ଭାରତୀୟ ଚିକିତ୍ସା ଶିକ୍ଷା କୋଟାରେ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ବର୍ଗର ଆଶାୟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର