ଲୁହର ବି ଦାମ ଅଛି: ଯନ୍ତ୍ରଣା ଯୋଗୁଁ କାନ୍ଦିବାରୁ ମେଡିକାଲ ପକ୍ଷରୁ ନିଆଗଲା ୮୦୦ ଟଙ୍କା

ନ୍ୟୁୟର୍କ: ଅନୁମାନ କରନ୍ତୁ ମେଡିକାଲରେ ଆପଣ ଭର୍ତ୍ତି ହୋଇଛନ୍ତି ଆଉ ଯନ୍ତ୍ରଣା ଯୋଗୁଁ ଆପଣ କାନ୍ଦୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପକେଟରୁ ଟଙ୍କା ଗଣିବାକୁ ପଡିବ | ଆପଣଙ୍କ ଲୁହ ପାଇଁ ବି ଆପଣଙ୍କୁ ଟଙ୍କା ଦେବାକୁ ପଡିବ | ଏବେ ଏମିତି ଏକ ମେଡିକାଲ ପକ୍ଷରୁ ଦିଆଯାଇଥିବା ବିଲ ଭାଇରାଲ ହୋଇଛି ଯେଉଁଥିରେ ରୋଗୀ ଜଣକ କାନ୍ଦିଥିବାରୁ ତାଙ୍କ ଉପରେ ଟଙ୍କା ଚାର୍ଜ କରାଯାଇଛି | ଆଉ ଏହି ବିଲ ହିଁ ସୁଚାଇଛି ଯେ ଘରୋଇ ମେଡିକାଲମାନେ କିଭଳି ଜଣେ ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ କରିପାରନ୍ତି |

ସୂଚନା ମୁତାବକ ଆମେରିକାରେ ଏଭଳି ଏକ ଘଟଣା ଘଟିଛି | ମିଜେ ନାମକ ଜଣେ ମହିଳା ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ଆଉ ଅସ୍ତ୍ରୋପଚାର ସମୟରେ ତାଙ୍କୁ ଯନ୍ତ୍ରଣା ହେବାରୁ ସେ କାନ୍ଦିଥିଲେ | ଅପରେସନ ପରେ ଯେତେବେଳେ ତାଙ୍କୁ ମେଡିକାଲ ବିଲ ଦିଆଯାଇଥିଲା ଏଥିରେ ଅପରେସନ ବାବଦ ଖର୍ଚ୍ଚ ସହ ସେ କାନ୍ଦିଥିବାରୁ ପ୍ରାୟ ୧୧ ଡଲାର ଚାର୍ଜ କରାଯାଇଥିଲା |

Viral News: 'जालिम' हॉस्पिटल की करतूत से उबल उठेगा खून, पेशेंट के निकले 'आंसू' तो ऐसे कमाया मुनाफा
photo-zee news

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବିଲରେ ବ୍ରିଫ ଇମୋସନ ନାମରେ ପ୍ରାୟ ୮୦୦ ଟଙ୍କା ଚାର୍ଜ କରାଯାଇଥିଲା | ଆଉ ଏଭଳି ଅତିରିକ୍ତ ଚାର୍ଜରେ ଆଶ୍ଚର୍ଯ୍ୟ ହୋଇ ମିଜେ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ଘଟଣା ଜଣାପଡିବା ପରେ ଲୋକମାନେ ଅତ୍ୟଧିକ ଅର୍ଥ ଆଦାୟକୁ ନେଇ ସମାଲୋଚନା କରିଛନ୍ତି |

ସମ୍ବନ୍ଧିତ ଖବର