୨୦୧୯ ମାର୍ଚ୍ଚ ସୁଦ୍ଧା ହସପିଟାଲରୁ କ୍ଲୋରିନେଟେଡ ପ୍ଲାଷ୍ଟିକ ମୁଣା ହଟିବ

ନୂଆଦିଲ୍ଲୀ : ଜୈବ ମେଡ଼ିକାଲ ବର୍ଜ୍ୟରୁ ପରିବେଶ ତଥା ମାନବସମାଜକୁ ସୁରକ୍ଷିତ ରଖିବା ସକାଶେ ବାୟୋ ମେଡ଼ିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନ ୨୦୧୬ ରେ ଆବଶ୍ୟକ ସଂଶୋଧନ ଘଟାଯାଇଛି ବୋଲି କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଦେଶରେ ଏଭଳି ଜୈବ ମେଡ଼ିକାଲ ବର୍ଜ୍ୟର ପରିଚାଳନାକୁ ସୁସଂଗତ ଭାବେ କାର୍ଯ୍ୟକାରୀ କରିବା ସକାଶେ ଏଭଳି ସଂଶୋଧନ ଆବଶ୍ୟକ ଥିଲା । ସଂଶୋଧିତ ନିୟମ ବିନିର୍ଦ୍ଦିଷ୍ଟ କରିଛି ଯେ ଏଭଳି ବର୍ଜ୍ୟ ସୃଷ୍ଟି କରୁଥିବା ସଂସ୍ଥା ଯଥା ହସପିଟାଲ, ନର୍ସିଂହୋମ୍, କ୍ଲିନିକ ଓ ଡ଼ିସପେନସାରୀମାନେ ଏବେ କ୍ଲୋରିନେଟେଡ଼୍ ବ୍ୟାଗ୍ ଏବଂ ଗ୍ଲୋଭ୍ସ ବ୍ୟବହାର କରୁଛନ୍ତି । ପର୍ଯ୍ୟାୟକ୍ରମିକ ଭାବେ ସେମାନଙ୍କର କ୍ଲୋରିନେଟେଡ଼ ପ୍ଲାଷ୍ଟିକ୍ ବ୍ୟାଗ (ରକ୍ତ ମୁଣାକୁ ଛାଡ଼ି) ଏବଂ ଗ୍ଲୋଭସକୁ ମାର୍ଚ୍ଚ ୨୭, ୨୦୧୯ ସୁଦ୍ଧା ସେମାନେ ହଟାଇବେ । ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ଏଭଳି ଫେଜ୍ ଆଉଟ୍ ପ୍ରକ୍ରିୟାରୁ ରକ୍ତ ମୁଣାକୁ ବାଦ୍ ଦିଆଯାଇଛି, ଯାହାକି ବିଏମଡ଼ବ୍ଲୁ ନିୟମାବଳୀ ୨୦୧୮ରେ ସଂଶୋଧନ ମାଧ୍ୟମରେ ସଂପନ୍ନ ହୋଇଛି ।

ଜୈବ ମେଡ଼ିକାଲ ବର୍ଜ୍ୟ ଉତ୍ପନ୍ନକାରୀଙ୍କ ମଧ୍ୟରେ ହସପିଟାଲ, ନର୍ସିଂହୋମ୍, କ୍ଲିନିକ, ଦାତବ୍ୟ ଚିକିତ୍ସାଳୟ, ଭେଟିନାରୀ ପ୍ରତିଷ୍ଠାନ, ପଶୁ ସଂରକ୍ଷଣ କେନ୍ଦ୍ର, ପାଥୋଲୋଜିକାଲ୍ ପରୀକ୍ଷାଗାର, ରକ୍ତ ଭଣ୍ଡାର, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ କ୍ଲିନିକାଲ ପ୍ରତିଷ୍ଠାନ ଅନ୍ୟତମ । ସେମାନେ ପର୍ଯ୍ୟାୟକ୍ରମିକ ଭାବେ ସେମାନଙ୍କର କ୍ଲୋରିନେଟେଡ଼ ପ୍ଲାଷ୍ଟିକ୍ ବ୍ୟାଗ (ରକ୍ତ ମୁଣାକୁ ଛାଡ଼ି) ଏବଂ ଗ୍ଲୋଭସକୁ ମାର୍ଚ୍ଚ ୨୭,୨୦୧୯ ସୁଦ୍ଧା ହଟାଇବେ ।

ସମ୍ବନ୍ଧିତ ଖବର