କୋଲ୍‌କାତା: କୋଲକାତାରେ ପ୍ରତିବାଦ କରୁଥିବା ସହକର୍ମୀ ଡାକ୍ତରଙ୍କ ପ୍ରତି ସମର୍ଥନ ଜଣାଇ ଶୁକ୍ରବାର ଦିନ ଦେଶବ୍ୟାପୀ ଲକ୍ଷ ଲକ୍ଷ ଡାକ୍ତର ଦିନକ ପାଇଁ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବାଧା ପାଇବାର ସମ୍ଭାବନା ରହିଛି।

Advertisment

‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ମଧ୍ୟ ଶୁକ୍ରବାରକୁ ‘ଅଲ୍‌ ଇଣ୍ଡିଆ ପ୍ରୋଟେଷ୍ଟ୍‍ ଡେ’ ଘୋଷଣା କରିଛି।

publive-image Image Source India Today

ସରକାରୀ ଡାକ୍ତରଖାନାଗୁଡ଼ିକରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ କରାଯାଉଥିବା ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବନ୍ଦ କରାଯିବ ନାହିଁ ବୋଲି ଗୁରୁବାର ଦିନ ସମଗ୍ର ପଶ୍ଚିମବଙ୍ଗରେ ଧର୍ମଘଟକାରୀ ଡାକ୍ତରମାନେ କହିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଡେଡ୍‌ଲାଇନ୍‌କୁ ମଧ୍ୟ ଆନ୍ଦୋଳନକାରୀ ଡାକ୍ତରମାନେ ଅମାନ୍ୟ କରିଥିଲେ। ମାମଲାକୁ ସାମ୍ପ୍ରଦାୟିକ ରୂପ ଦେଇ ବିରୋଧୀ ବିଜେପି ଏବଂ ସିପିଆଇ(ଏମ୍‌) ସେମାନଙ୍କୁ ଉତ୍‌କ୍ଷିପ୍ତ କରାଉଛନ୍ତି ବୋଲି ଅଭିଯୋଗ କରି ମୁଖ୍ୟମନ୍ତୀ ପ୍ରତିବାଦକାରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଏନ୍‌ଆର୍‌ଏସ୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିବାରୁ ଦୁଇଜଣ ଡାକ୍ତରଙ୍କୁ ଲୋକେ ମାରଧର କରି ଆହତ କରି ପକାଇଥିଲେ।