ଝାଡଖଣ୍ଡ: ମେଡ଼ିକାଲ ପାଠ ଅଧାରୁ ଛାଡ଼ିଲେ ଜରିମାନା ଦେବାକୁ ପଡ଼ିବ ୩୦ ଲକ୍ଷ ଟଙ୍କା

ରାଞ୍ଚି: ଝାଡଖଣ୍ଡ ସରକାର ରାଜ୍ୟରେ ଡାକ୍ତର ସଂଖ୍ୟା ବଢ଼ାଇବା ଓ କଲେଜରେ ସିଟ ଖାଲି ରହୁଥିବା ନେଇ ନୂଆ ନିୟମକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଦ୍ୱାରା ହୋଇଥିବା ସ୍ୱୀକୃତି ଅନୁସାରେ ମେଡିକାଲ କଲେଜରେ ଡିଗ୍ରି ପାଇବା ପାଇ ଇଚ୍ଛା ପ୍ରକାଶ କରିଥିବା ଛାତ୍ରଙ୍କୁ ବେଲ ବଣ୍ଡ ଭରିବାକୁ ପଡ଼ିବ। ଏଥିରେ ଛାତ୍ରଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଚାକିରି କରିବା ଓ ପଢ଼ିବା ମଧ୍ୟରେ ଅଧରୁ କଲେଜ ଛାଡ଼ିଲେ ୩୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଫାଇନାଲ କାଉନସିଲିଂ ପରେ ନାମାଙ୍କନ ନକଲେ ଆଗାମୀ ବର୍ଷ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ।

ଅଖିଳ ଭାରତୀୟ ତଥା ଷ୍ଟେଟ କୋଟା ବିରୋଧରେ ଏମବିବିଏସ ଅଥବା ପିଜି ଡିଗ୍ରି କୋର୍ସରେ ନାମଲେଖା ପାଇଁ ଅନ୍ତିମ ରାଉଣ୍ଡର କାଉନସିଲିଙ୍ଗ ପରେ ବଣ୍ଟନ ହୋଇଥିବା ସିଟ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ। କ୍ୟାବିନେଟ୍‌ ମଞ୍ଜୁରିରୁ ସ୍ୱୀକାର କରାଯାଇଥିବା ନିୟମାବଳୀରେ କୁହାଯାଇଛି ଯେ, ଛାତ୍ରଙ୍କ ନାମଲେଖା ପରେ କଲେଜ ଛାଡ଼ିଲେ ୨୦ ଲକ୍ଷ ଓ ପିଜି ପାଇଁ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର