ରୋଗୀଙ୍କ ପରିଚୟ ପ୍ରଘଟ କରି ମେଡିକାଲ ସୁପରି‌ଟେଣ୍ଡେଣ୍ଟ ନିଲମ୍ବିତ

ନୂଆଦିଲ୍ଲୀ: ଜଣେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ପରିଚୟ ପ୍ରଘଟ କରି ଆଜି ଜମ୍ମୁ-କାଶ୍ମୀରର ଜଣେ ମେଡିକାଲ୍‌ କଲେଜ ସୁପରିଟେଣ୍ଡେଣ୍ଟ୍‌ ନିଲମ୍ବିତ ହୋଇଛନ୍ତି। ରାଜୌରି ଜିଲ୍ଲାରେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣେ ରୋଗୀଙ୍କ ପରିଚୟ ପ୍ରଘଟ କରିଦେବାରୁ ରାଜୌରି ସରକାରୀ ମେଡିକାଲ କଲେଜ (ଜିଏମ୍‌ସି)ର ମେଡିକାଲ ସୁପରିଟେଣ୍ଡେଣ୍ଟ ରଘୁବୀର ସିଂହଙ୍କୁ ନିଲମ୍ବିତ କରାଯା‌ଇଛି। ସାଉଦିଆରବରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ଭାଇରସ ସଂକ୍ରମିତ ହୋଇଥିଲେ। ତାଙ୍କୁ ରାଜୌରି ସରକାରୀ ମେଡିକାଲ କଲେଜର କ୍ବାରେଣ୍ଟାଇନ୍‌ କ୍ୟାମ୍ପରେ ଭର୍ତ୍ତି କରାଯାଇଥିଲା। ମାତ୍ର ସମ୍ପୃକ୍ତ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଉକ୍ତ ରୋଗୀଙ୍କ ପରିଚୟ ପ୍ରଘଟ କରିଦେଇଥିଲେ।

ସମ୍ବନ୍ଧିତ ଖବର