ଏମ୍‌ସ୍‌ ହେବ ମେଡିକାଲ ବିଶ୍ବବିଦ୍ୟାଳୟ: ଓଡ଼ିଶା ସମେତ ୨୧ଟି ଏମ୍‌ସ୍‌ ବିଶ୍ବବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରିବ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ବସ୍ତରୀୟ ମେଡିକାଲ ବିଶ୍ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍‌ସ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍‌ସ୍‌ର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଅଧୀନରେ ଓଡ଼ିଶା ସମେତ ଦେଶର ୨୧ଟି ଏମ୍‌ସ୍‌ କାର୍ଯ୍ୟକରିବ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ପ୍ରସ୍ତାବ ଦେବା ପାଇଁ ଏମ୍ସର ପ୍ରତ୍ୟେକ ବିଭାଗକୁ କୁହାଯାଇଛି। ପ୍ରସ୍ତାବ ସହିତ ସ୍ବାସ୍ଥ୍ୟସେବା କିଭଳି ସୁଦୃଢ଼ କରାଯାଇ ପାରିବ ସେନେଇ ବିଭିନ୍ନ ପରାମର୍ଶ ଦେବେ। ସର୍ଭେ ଶେଷ ହେବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ହସ୍ତଗତ କରାଯିବ। ଓଡ଼ିଶାର ଭୁବନେଶ୍ବର ଏମ୍‌ସ୍‌ ସମେତ ଦେଶର (କାର୍ଯ୍ୟରତ ଓ ପ୍ରସ୍ତାବିତ) ୨୧ଟି ଏମ୍ସ ବିଶ୍ବସ୍ତରୀୟ ମେଡିକାଲ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ଉଲ୍ଲେଖଯୋଗ୍ୟ, ଏମ୍‌ସ୍‌କୁ ବିଶ୍ବସ୍ତରୀୟ ମେଡିକାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପି ବେଣୁଗୋପାଳଙ୍କୁ ଉପଦେଷ୍ଟା ରୂପେ ନିଯୁକ୍ତି କରାଯାଇଛି।

ସମ୍ବନ୍ଧିତ ଖବର