କରୋନା ଚିକିତ୍ସା ପାଇଁ ବଜାରକୁ ଆସିବ ଗ୍ଲେନ୍‌ମାର୍କର ଔଷଧ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଏହାର ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫେବିପିରାଭିର୍‌କୁ ଫେବିଫ୍ଲୁ ବ୍ରାଣ୍ଡ୍‌ ନାମରେ ବଜାରକୁ ଛାଡ଼ିବା ପାଇଁ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକଲ୍ସ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏ ସଂପର୍କରେ ଆଜି କମ୍ପାନି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଏବଂ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ) ଏହି ଔଷଧର ମାର୍କେଟଂ ପାଇଁ ଅନୁମତି ପ୍ରଦାନ କରିଛି। କୋଭିଡ ୧୯ର ମୁକାବିଲା ପାଇଁ ଗ୍ଲେନ୍‌ମାର୍କର ଏହି ଔଷଧ ଖୁବ୍‌ଶୀଘ୍ର ସମସ୍ତ ମେଡିସିନ୍‌ ‌ଷ୍ଟୋର୍‌ରେ ଉପଲବ୍ଧ ହେବ। କରୋନାରେ ଯେଉଁମାନେ କମ୍‌ ସଂକ୍ରମିତ ହୋଇଥିବେ ସେମାନଙ୍କ କ୍ଷେତ୍ରରେ ଏହି ଔଷଧ ଭଲ ଫଳ ଦେବ। ଦେଶବ୍ୟାପୀ ଏହି ଔଷଧ ଅତି ସହଜରେ ମିଳିବ ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧ ସେବନ କରିବାକୁ ହେବ। ଗୋଟିଏ ଟ୍ୟାବ୍‌ଲେଟ୍‌ର ଦାମ ୧୦୩ ଟଙ୍କା ରଖାଯାଇଛି। ପ୍ରଥମ ଦିନ ୧୮୦୦ ଏମ୍‌ଜିର ଦୁଇଟି ଟ୍ୟାବ୍‌ଲେଟ ଏବଂ ଏହାପରେ ୧୪ ଦିନ ପାଇଁ ୮୦୦ ଏମ୍‌ଜିର ଦୁଇଟି ଟ୍ୟାବ୍‌ଲେଟ ନେବାକୁ ହେବ।

ସମ୍ବନ୍ଧିତ ଖବର