ଟାଇପ-୧ ଡାଇବେଟିସକୁ ବିଳମ୍ବ କରିବା ପାଇଁ ବାହାରିଲା ଔଷଧ

ନ୍ୟୁୟର୍କ : ମଧୁମେହ ବା ଡାଇବେଟିସ ଏପରି ଏକ ସ୍ବାସ୍ଥ୍ୟାବସ୍ଥା ଯାହାକି ଅନ୍ୟ ରୋଗମାନଙ୍କୁ ଟାଣିଆଣେ । ଏଣୁ ଡାଇବେଟିସ ଆତଙ୍କ ଦିନକୁ ଦିନ ବଢିଚାଲିଛି ।  ଡାଇବେଟିସ ଚିକିତ୍ସା ପାଇଁ କେତେକ ଔଷଧ ଥିବାବେଳେ ଏହାର ନିବାରଣ ପାଇଁ କୌଣସି ଔଷଧ ନାହିଁ । କିନ୍ତୁ ଆମେରିକାର ଏକ କମ୍ପାନି ଏହାର ସମାଧାନ ବାହାର କରିଛି । ଆମେରିକାର  ଔଷଧ ନିୟନ୍ତ୍ରକ ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ଏପରି ଏକ ଔଷଧକୁ ମଂଜୁରୀ ଦେଇଛି ଯାହାକି ଟାଇପ୍-୧ ଡାଇବେଟିସକୁ ବିଳମ୍ବିତ କରିଦେବ ।

ଓ୍ବାସିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ୟୁଏସଏଫଡିଏ ଟେପଲିଜୁମାବ୍ ନାମକ ଔଷଧକୁ ମଂଜୁରୀ ଦେଇଛନ୍ତି ଯାହାକି ଟାଇପ୍-୧ ଡାଇବେଟିସକୁ ବିଳମ୍ବିତ କରିଦେବ । ଟିଜିଲଡ ବ୍ରାଣ୍ଡ ନାମରେ ଏହି ଔଷଧ ବିକ୍ରି ହେଉଛି ।

ପ୍ରୋଭେନସନ ବାୟୋ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଟିଜିଲଡ୍ ବିଶ୍ବର ପ୍ରଥମ ଇମ୍ୟୁନୋଥେରାପି ଔଷଧ ଯାହାକି ଟାଇପ-୧ ଡାଇବେଟିସକୁ ବିଳମ୍ବିତ କରିବ । ଏହି ଔଷଧ ଇନସୁଲିନ ନେବାର ଆବଶ୍ୟକତାକୁ ବିଳମ୍ବ କରିଥାଏ ।

ସୂଚନା।ଯୋଗ୍ୟ ଯେ ଟାଇପ-୧ ଡାଇବେଟିସ ମୁଖ୍ୟତଃ ଏକ ଆନୁବଂଶିକ ଓ ଜିନଗତ ରୋଗ । ଏହା ଶିଶୁ ଓ କିଶୋର ଅବସ୍ଥାରୁ ବି ହୋଇପାରେ । ନୂଆ ଔଷଧଟି ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବିପ୍ଲବ ଆଣିପାରେ ।

ସମ୍ବନ୍ଧିତ ଖବର