ମୀରାବାଈ ଚାନୁ ବିଗ୍‌ ବିଙ୍କୁ ‘ଅଗ୍ନିପଥ’ ସଂଳାପ କହିବାକୁ ଅନୁରୋଧ କଲେ

ମୁମ୍ବାଇ : କୌନ ବନେଗା କରୋଡ଼ପତି ୧୪ (କେବିସି ୧୪)ର ଆଗାମୀ ଏପିସୋଡ୍‌ରେ ଅମିତାଭ ବଚ୍ଚନ ଭାରେ‌ାତ୍ତୋଳନ ଚାମ୍ପିଅନ ମୀରାବାଈ ଚାନୁ ଏବଂ ବକ୍ସର ନିଖତ ଜରିନଙ୍କୁ ସ୍ବାଗତ କରିବେ। ସୋନି ଟିଭିର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ନୂତନ ପ୍ରୋମୋ ସେୟାର କରି ଏହାର କ୍ୟାପସନ୍ ଦେଇଛି, ‘ଇସ୍ ସୋମବାର୍‌ କେବିସି କା ଖେଲ ହୋନେ ୱାଲା ହୈ ଔର୍‌ ଭି ରୋମାଞ୍ଚକ କ୍ୟୁଁକି ଅମିତାଭ ବଚ୍ଚନଜୀ ଫିର୍‌ ଏକ ବାର୍ ବନ୍‌ନେ ୱାଲେ ହୈ ବିଜୟ ଦିନାନାଥ ଚୌହାନ। ମୀରାବାଈ ଚାନୁ ଅମିତାଭ ବଚ୍ଚନଙ୍କୁ ତାଙ୍କ ଅଗ୍ନିପଥ ସଂଳାପ କହିବାକୁ ଅନୁରୋଧ କରିଥିଲେ। ବିଗ୍ ବି କହିଛନ୍ତି, ଯଦି ଆପଣ ସ୍ୱର୍ଣ୍ଣ ପଦକ ଜିତି ନଥାନ୍ତେ ତେବେ ମୁଁ ସେହି ସଂଳାପ କହି ନଥାନ୍ତି। ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିବା ମୀରାବାଈ ଚାନୁ ଏବଂ ନିଖତ ଜରିନ ଆଗାମୀ ୫ ତାରିଖରେ ହଟସିଟ୍‌ରେ ନଜର ଆସିବେ। କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏପିସୋଡର ପ୍ରଥମ ପ୍ରୋମୋ ସେୟାର କରାଯାଇଥିଲା। ଏହି‌ ପ୍ରୋମୋରେ ଅମିତାଭ ବଚ୍ଚନ ନିଖତ ଏବଂ ମୀରାବାଈ ଦେଶକୁ ଗର୍ବିତ କରିଥିବାରୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର