ସାପ ମାରିବା ମହଙ୍ଗା ପଡ଼ିଲା: ୨ଟି ସାପ ମାରିବା ପରେ ଘରୁ ବାହରିଲେ ୪୦୦ ସାପ

ମେରଠ : ଉତ୍ତର ପ୍ରଦେଶର ମେରଠର ମବାନାରେ ଜଣେ ବ୍ୟକ୍ତିଙ୍କୁ ସାପ ମାରିବା ମହଙ୍ଗା ପଡ଼ିଛି। ଘର ସଫା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ଦୁଇଟି ସାପ ବାହାରି ଥିଲେ। ବହାରି ଥିବା ଦୁଇଟି ସାପକୁ ମାରିବା ପରେ ହଠାତ୍‌ ଗୋଟିଏ ପରେ ଗୋଟିଏ ସାପ ବାହାରିବାକୁ ଲାଗିଲେ । ଏହିପରି ଭାବେ ବ୍ୟକ୍ତିଙ୍କ ଘରୁ ସମୁଦାୟ ୪୦୦ରୁ ଅଧିକ ସାପ ବାହାରିଥିଲେ । ଏହି ଘଟଣା ପୂରା ସହରକୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ମୁତାବକ, ମେରଠର ମବାନା ଅଞ୍ଚଳରେ ଜଣେ ବ୍ୟକ୍ତି ଘର ସଫା କରୁଥିବା ସମୟରେ ଘରେ ଥିବା ଏକ ଛିଦ୍ରରୁ ଦୁଇଟି ସାପ ବାହାରିଥିଲେ । ସାପ ଦୁଇଟିକୁ ବ୍ୟକ୍ତି ଜଣକ ମାରିବା ପରେ ସେହି ସ୍ଥାନରୁ ଗୋଟେ ପରେ ଗୋଟେ ସାପ ବହାରିବାକୁ ଲାଗିଲେ । ଏହି ଖବର ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଏହାପରେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଗୁଣିଆଙ୍କୁ ଡ଼କା ଯାଇଥିଲା, ଯିଏକି ମନ୍ତ୍ର କରି ସେହି ଛିଦ୍ରଟିରୁ ସାପ ବାହାରିବା ବନ୍ଦ କରିଥିଲେ ।

oneindia

ପ୍ରକୃତରେ ବ୍ୟକ୍ତି ଜଣକ ଦୁଇ ଦିନ ପୂର୍ବେ ଘର ସଫା କରୁଥିବା ସମୟରେ ଦୁଇଟି ବଡ଼ ସାପ ବାହାରିଥିଲେ । ତାହାକୁ ବ୍ୟକ୍ତି ଜଣଙ୍କ ତୁରନ୍ତ ମାରି ଦେଇଥିଲେ । ଏହା ପରେ ଘରେ ଥିବା ଏକ ଛିଦ୍ରରୁ ସାପ ବାହାରିବା ଆରମ୍ଭ କରିଥିଲେ ଏବଂ ୪୦୦ରୁ ଅଧିକ ସାପ ବାହାରିଥିଲେ । ଘର ବହୁ ଦିନ ବନ୍ଦ ରହିଥିବାରୁ ସେଠାରେ ସାପ ରହିଥିବା କହୁଥିବା ବେଳେ କୌଣସି ପ୍ରେତାତ୍ମା ଯୋଗୁଁ ଏପରି ହୋଇଥିଲା ବୋଲି ଗୁଣିଆ ଜଣକ କହିଥିଲା।

ସମ୍ବନ୍ଧିତ ଖବର