ନିର୍ବନ୍ଧ ରୋକିବା ପାଇଁ ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା, ଜାଣିବା ପରେ ପିଟିଲା ଭାଇ

ମିରଟ: ନିର୍ବନ୍ଧ ରୋକିବା ପାଇଁ ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା। ଭଉଣୀ ଏଭଳି ପ୍ରେମିକ ଦୁଆରେ ଜିଦ ଧରି ବସିଥିବା ଜାଣିବା ପରେ ପିଟିଲା ଭାଇ। ଉତ୍ତରପ୍ରଦେଶର ମିରଟରେ ଘଟିଛି ଏଭଳି ଘଟଣା। ପ୍ରେମିକର ନିର୍ବନ୍ଧ ବନ୍ଦ କରିବାକୁ ପ୍ରେମିକା ତାଙ୍କ ଘରେ ପହଞ୍ଚି ଧାରଣାର ବସିଥିଲା। ଲୋକମାନେ ଯୁବତୀକୁ ବହୁତ ବୁଝାଇଥିଲେ, କିନ୍ତୁ ସେ ନିଜ ଜିଦରେ ଅଟଳ ଥିଲେ। ଏହି ସମୟରେ ଯୁବତୀଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଭାଇର ମାଡରେ ଯୁବତୀଜଣକ ଅଚେତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି। ପୁଲିସ କହିଛି ଯେ ଏପର୍ଯ୍ୟନ୍ତ କ‌ୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ।

ସୂଚନା ମୁତାବକ, ଏହି ଘଟଣା ମିରଟର ରୋହଟା ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ସତୱାଇ ଗ୍ରାମରେ ଘଟିଥିଲା। ରିଙ୍କୁ ନାମକ ଜଣେ ଯୁବକ ସହିତ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା। ରିଙ୍କୁଙ୍କ ପରିବାର ତାଙ୍କର ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଜାଣିବା ପରେ ସେ ନିର୍ବନ୍ଧ ରୋକିବାକୁ ଯାଇ ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ।

ଏହି ଖବର ପରିବାର ଲୋକଙ୍କୁ ମିଳିବା ପରେ ଯୁବତୀଙ୍କ ଭାଇ ରିଙ୍କୁ ଘରେ ପହଞ୍ଚି ଯୁବତୀଙ୍କୁ ବୁଝାଇଥିଲେ। ହେଲେ ଯୁବତୀ ଘରକୁ ଯିବାକୁ ରାଜି ନହେବାରୁ ତାଙ୍କ ଭାଇ ତାଙ୍କୁ ମାଡ଼ ମାରିଥିଲେ। ମାଡ ଖାଇ ଯୁବତୀ ଅ‌ଚେତ ହେବା ପରେ ପୁୁଲିସକୁ ଖବର ଦିଆଯାଇଥିଲା। ରିଙ୍କୁଙ୍କ ଘରେ ପହଞ୍ଚି ଘଟଣାର ସମାଧାନ କରିବା ସହ  ପୁଲିସ ଯୁବତୀଙ୍କୁ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧିତ ଖବର