ମିରଟ: ମିରଟର ସୌରଭ ହତ୍ୟା ମାମଲାରେ ହତ୍ୟାକାରୀ ପତ୍ନୀ ମୁସ୍କାନ ଜେଲରେ ବନ୍ଦୀ ଅଛନ୍ତି। ଜେଲରେ ମୁସ୍କାନ ସଙ୍ଗୀତା ନାମକ ଜଣେ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସଙ୍ଗୀତାଙ୍କ ସହିତ ମୁସ୍କାନ ଅନେକ ସମୟରେ କଥା ହେଉଥିବା ଜଣାପଡ଼ିଛି। ତେବେ ସଙ୍ଗୀତା ବି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଜେଲଦଣ୍ଡ ଭୋଗୁଛନ୍ତି ।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ମୁସ୍କାନ ଓ ସଙ୍ଗୀତା ଉଭୟଙ୍କ ଚିନ୍ତାଧାରା ସମାନ। କାରଣ ଦୁହେଁ ସେମାନଙ୍କ ପ୍ରେମିକଙ୍କ ସହିତ ରହିବାକୁ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏମିତି କି ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ମୁସ୍କାନ ଓ ସଙ୍ଗୀତା ଅନ୍ତସତ୍ତ୍ବା ଥିବା ଜଣାପଡ଼ିଥିଲା। ତେବେ ଉଭୟଙ୍କ ପେଟରେ ବଢ଼ୁଥିବା ସନ୍ତାନର ପିତା ସେମାନଙ୍କ ସ୍ୱାମୀ କି ପ୍ରେମିକ ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ଜେଲ ପ୍ରଶାସନ ଅନୁଯାୟୀ, ମୁସ୍କାନ ଏବଂ ସଙ୍ଗୀତା ଗୋଟିଏ ବାରାକରେ ରହୁଛନ୍ତି। ଦୁହେଁ ଗର୍ଭବତୀ, ତେଣୁ ଜେଲ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ସେମାନଙ୍କଠାରୁ କୌଣସି କାମ ନିଆଯ‌ାଉ ନାହିଁ। ଉଭୟଙ୍କ ପ୍ରେମିକମାନେ ମଧ୍ୟ ଜେଲରେ ବନ୍ଦୀ ଅଛନ୍ତି।