ମିରଟ: ଉତ୍ତରପ୍ରଦେଶର ମିରଟରେ ପୂର୍ବତନ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ନିର୍ମମ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ସମ୍ପ୍ରତି ସୌରଭ ଓ ମୁସ୍କାନଙ୍କ ବିବାହ ସମୟର ଫଟୋ ଭାଇରାଲ ହୋଇଥିବା ବେଳେ ହତ୍ୟା ପୂର୍ବରୁ ସୌରଭଙ୍କ ଦୁଇଟି ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ପ୍ରଥମ ଫୁଟେଜରେ ସେ ତାଙ୍କ ଝିଅ ପାଇଁ ଜନ୍ମଦିନର ଜିନିଷପତ୍ର କିଣୁଥିବାର ଦେଖିବାକୁ ମିଳୁଛି।
ସେହିପରି ଦ୍ୱିତୀୟରେ ସୌରଭ ତାଙ୍କ ବନ୍ଧୁଙ୍କ ସହ ବିଳମ୍ବିତ ରାତିରେ ସ୍ତ୍ରୀ ପାଇଁ ଖାଇବା ନେଇ ବାଇକରେ ଘରକୁ ଫେରୁଥିବାର ନଜର ଆସୁଛି। ମାମଲାର ଅଧିକ ତଦନ୍ତ ପାଇଁ ପୁଲିସ ମୁଖ୍ୟ ଅଭିଯୁକ୍ତ ସାହିଲ ଶୁକ୍ଳା ଏବଂ ମୁସ୍କାନଙ୍କୁ ହେପାଜତରେ ନେବା ପାଇଁ କୋର୍ଟରେ ଆବେଦନ କରିଛି।
ସିସିଟିଭି ଫୁଟେଜ୍ ଅନୁଯାୟୀ, ପ୍ରଥମ ଫୁଟେଜ ଫେବୃଆରି ୨୭ ତାରିଖର ରହିଛି। ସୌରଭ ତାଙ୍କ ଝିଅକୁ ବ୍ରହ୍ମାପୁରୀ ଅଞ୍ଚଳର ଏକ ଦୋକାନରୁ ଜନ୍ମଦିନ ପାଇଁ ସପିଂ କରାଉଥିବାର ଦେଖିବାକୁ ମିଳୁଛି।
मेरठ में सौरभ राजपूत की हत्या के पहले का सीसीटीवी फुटेज आया सामने। बेटी के जन्मदिन पर दोस्त के साथ खरीदारी करताा दिखा सौरभ।#SaurabhRajput#MuskanRastogi#SahilShukla#meerut#MeerutCrime@NavbharatTimespic.twitter.com/ITwNkp5KtD
— NBT Uttar Pradesh (@UPNBT) March 24, 2025
ଦ୍ୱିତୀୟ ଫୁଟେଜ୍ ୩ ମାର୍ଚ୍ଚ ରାତି ୧୧:୪୯ ରେ ଉତ୍ତୋଳନ କରାଯାଇଥିଲା, ଯେଉଁଥିରେ ସୌରଭ ରାଜପୁତ ତାଙ୍କ ବନ୍ଧୁଙ୍କ ସହ ଏକ ବାଇକରେ ଖାଦ୍ୟ ନେଇ ଘରକୁ ଫେରୁଛନ୍ତି। ପୁଲିସ ସନ୍ଦେହ କରୁଛି ଯେ ସୌରଭଙ୍କୁ ସେହି ରାତିରେ ହିଁ ହତ୍ୟା କରାଯାଇଛି।
ମାର୍ଚ୍ଚ ୪ ତାରିଖରେ ସୌରଭଙ୍କ ସ୍ତ୍ରୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲା ମିଶି ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଏକ ଡ୍ରମରେ ବନ୍ଦ କରି ଦେଇଥିଲେ। ପୁଲିସ ତଦନ୍ତରୁ ଜଣାପଡିଛି ଯେ ହତ୍ୟା ପୂର୍ବରୁ ସୌରଭଙ୍କୁ ନିଶା ଦିଆଯାଇଥିଲା।