ସାଥି ହୋଇ ଆସିଥିଲେ, ସାଥି ହୋଇ ଚାଲିଗଲେ: କରୋନା ଗୋଟେ ଦିନରେ ନେଲା ଦୁଇ ଯାଆଁଳା ଭାଇଙ୍କ ଜୀବନ

ମିରଟ: କନ୍ଦାଇଲାଣି କରୋନା ଭୂତାଣୁ | ପ୍ରଥମ ଲହରଠାରୁ ଦ୍ଵିତୀୟ ଲହର ଭାରତ ଉପରେ ଗଭୀର ପ୍ରଭାବ ପକାଉଥିବା ବେଳେ ମାତାପିତାଙ୍କଠାରୁ ଛୁଆ ଏବଂ ଛୁଆଠାରୁ ମାତାପିତାଙ୍କୁ ଛଡ଼ାଇ ନେଉଛି କରୋନା | ଏମଧ୍ୟରେ ଅନେକ ପରିବାର ଉଜୁଡ଼ିଯାଇଥିବା ବେଳେ ଏବେ ମିରଟରେ ଏକ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି | ଏକା ସାଙ୍ଗରେ ଦୁଇ ପୁଅଙ୍କୁ ହରାଇ ଏବେ ବଞ୍ଚିବାର ଆଶା ଛାଡିଦେଇଛନ୍ତି ପରିବାର |

ସବୁଠାରୁ ବଡ଼ କଥା ହେଲା ମୃତ ଦୁଇଭାଇ ଯାଆଁଳା ଥିଲେ | ଏକା ସାଙ୍ଗରେ ଦୁହେଁ ଏ ପୃଥିବୀକୁ ଆସିଥିବା ବେଳେ ଏବେ ଏକା ସାଙ୍ଗରେ ଏ ସଂସାରରୁ ବିଦାୟ ନେଇଛନ୍ତି |

indiatoday.in

ପରିବାର ଲୋକଙ୍କ କହିବା ମୁତାବକ, ଜୋଫ୍ରେଡ୍ ଭାର୍ଗେଜ ଗ୍ରେଗୋରୀ(୨୪) ଏବଂ ରାଲଫ୍ରେଡ୍ ଜର୍ଜ ଗ୍ରେଗୋରୀ(୨୪) ଦୁହେଁ ଇଞ୍ଜିନିଅର ଥିଲେ ଏବଂ ଘରୁ କାମ କରୁଥିଲେ | ଏପ୍ରିଲ ୨୩ରେ ଦୁହିଁଙ୍କର ଜନ୍ମଦିନ ଥିବା ବେଳେ ଏହା ପରଦିନ ଦୁହେଁ କରୋନା ଆକ୍ରାନ୍ତ ହୋଇଥିଲେ | ଅବସ୍ଥା ବିଗିଡ଼ିବାରୁ ଦୁହିଁଙ୍କୁ ଆନନ୍ଦ ହସ୍ପିଟାଲରେ ମେ’ ୧ରେ ଭର୍ତ୍ତି କରାଯାଇଥିଲା | ମେ’ ୧୦ରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ମେ’ ୧୩ରେ ଦୁହିଁଙ୍କର ନିଶ୍ୱାସ ନେବାରେ ସମସ୍ୟା ହେବାରୁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା | ତେବେ ଘରେ ଏବେ ବଡ଼ ପୁଅ ଥିବା ବେଳେ ସେ ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି |

ସମ୍ବନ୍ଧିତ ଖବର