ମିରଟ: ଉତ୍ତର ପ୍ରଦେଶର ମିରଟରେ ସୌରଭ ରାଜପୁତ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପତ୍ନୀ ଓ ତାଙ୍କ ପ୍ରେମିକ ଉଭୟ ଏବେ ପୁଲିସ୍‌ ହାତରେ। ହେଲେ ଏବେ ତାଙ୍କ ପତ୍ନୀଙ୍କ ସଂପର୍କରେ ଏକ ରୋଚକ ତଥ୍ୟ ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ତାଙ୍କ ପତ୍ନୀ ନିଶା  ଔଷଧ କିଣିବା ପାଇଁ ନକଲି ପ୍ରେସ୍‌କିପସନ୍‌ ବନାଇ ଔଷଧ ଦୋକନ‌ରେ ଦେଖାଇ ନିଶା ଔଷଧ କିଣିକି ଆଣୁଥିଲେ। 

Advertisment

ପୁଲିସ ରବିବାର କହିଛି ଯେ ମିରଟର ମହିଳା ମୁସ୍କାନ ରସ୍ତୋଗୀ ତାଙ୍କ ସ୍ୱାମୀଙ୍କୁ ନିଶା ଦେଇ ହତ୍ୟା କରିଥିଲେ। ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ ଏବଂ ତାଙ୍କ ପ୍ରେମିକଙ୍କ ସହାୟତାରେ ଏକ ଡ୍ରମରେ ସିଲ୍ କରିଥିଲେ। ଅପରାଧର କିଛି ଦିନ ପୂର୍ବରୁ ନିଶା ଔଷଧ କିଣିବା ପାଇଁ ଜଣେ ଡାକ୍ତରଙ୍କ ପ୍ରେସକ୍ରିପସନରେ ହେରଫେର କରିଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ମିରଟରେ ସୌରଭ ରାଜପୁତ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ସ୍ତ୍ରୀ ମୁସ୍କାନ ରସ୍ତୋଗୀ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହିତ ମିଶି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିବା କଥା ସମ‌ସ୍ତେ ଜାଣନ୍ତି। ଏହି ଘଟଣାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୌରଭଙ୍କୁ ହତ୍ୟା କରିବା ପରେ, ସାହିଲ ଏବଂ ମୁସ୍କାନଙ୍କୁ ମିରଟରୁ ହିମାଚଳ ପ୍ରଦେଶର ସିମଲା-ମନାଲି ନେଇଯାଇଥିବା କ୍ୟାବ୍ ଡ୍ରାଇଭର ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

କ୍ୟାବ ଡ୍ରାଇଭର୍‌ଙ୍କ କହିବା ମୁତାବକ, ଦୁହେଁ ବହୁତ ମଜା କରୁଥିଲେ। ପବ୍‌ରେ ନାଚିବାଠାରୁ ଆରମ୍ଭ କରି ବରଫ ଆଚ୍ଛାଦିତ ଉପତ୍ୟକାରେ ବୁଲିବା, ମଦ ପାର୍ଟି ଏବଂ କେକ୍ କାଟିବା ପର୍ଯ୍ୟନ୍ତ ଭିଡିଓ ସାମ୍ନାକୁ ଆସିଛି। ସେମାନଙ୍କୁ ଦେଖିଲେ ମନେହୁଏ ନାହିଁ ଯେ ସେମାନଙ୍କ ମୁହଁରେ ସେହି ଜଘନ୍ୟ ଅପରାଧର କୌଣସି ଚିହ୍ନ ଅଛି।