ନୂଆଦିଲ୍ଳୀ: ଲକ୍ଷ ଲକ୍ଷ ଭାରତୀୟ ଯୁବକଯୁତୀ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଏବଂ ଆଇଏଏସ୍ ଅଧିକାରୀ ହେବାକୁ ଇଚ୍ଛା ରଖନ୍ତି। କିନ୍ତୁ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହଜ ନୁହେଁ, ଏହା ଭାରତର ସବୁଠାରୁ କଠିନ ପରୀକ୍ଷା ଅଟେ। ଏକଥା ସମସ୍ତଙ୍କୁ ଜଣା ଯେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ମଧ୍ୟ ଏକ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରକ୍ରିୟା। ଯାହାପାଇଁ ଶୃଙ୍ଖଳା ଏବଂ ଏକାଗ୍ରତାର ଖୁବ୍ ଆବଶ୍ୟକତା ରହିଛି। ତଥାପି ଆମେ ଆଜି କିଛି ଏପରି ଅସାଧାରଣ ଛାତ୍ରମାନଙ୍କ ବିଷୟରେ କହିବୁ, ଯିଏକି ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିବା ପରେ ବି ୟୁପିଏସ୍‌ସି ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ସେମାନଙ୍କ ମଧ୍ୟରୁ ଜ‌ଣେ ହେଉଛନ୍ତି ଡକ୍ଟର ରୋମାନ୍‌ ସାଇନି, ଯାହାଙ୍କୁ ଦେଶର ଜଣେ ଅତି ଦକ୍ଷ ଛାତ୍ର ଭାବେ ବିବେଚନା କରାଯାଏ। ସେ ମାତ୍ର ୧୬ ବର୍ଷ ବୟସରେ ଏମବିବିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍ସରେ ଡାକ୍ତରୀ ପାଠ ପଢ଼ିଥିଲେ। ଏମବିବିଏସ୍ ସମାପ୍ତ କରିବା ପରେ ରୋମାନ୍ ସାଇନି ନେସ୍‌ନଲ୍‌ ଡ୍ରଗ୍‌ ଡିପେନ୍ସ ଟ୍ରିଟ୍‌ମେଣ୍ଟ୍‌ ସେଣ୍ଟର୍‌(ଏନ୍‌ଡିଡିଟିସି)ରେ ୬ ମାସ ପାଇଁ କାମ କରିଥିଲେ। ତା’ପରେ ୨୨ ବର୍ଷ ବୟସ‌ରେ ସେ ୟୁପିଏସ୍‌ସି ପରୀକ୍ଷାରେ ୧୮ତମ ରାଙ୍କ୍‌ ରଖିଥିଲେ। ସେ ଏବେ ମଧ୍ୟପ୍ରଦେଶର ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟରତ।

ଅନ୍ୟ ଜଣେ ହେଉଛନ୍ତି ଆଇଏଏସ୍‌ ଡକ୍ଟର  ରେଣୁ ରାଜ୍‌। ସେ ପ୍ରଥମ ପ୍ରୟାସରେ ୨ୟ ରାଙ୍କ୍‌ ରଖି ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୟୁପିଏସ୍‌ସି ପରୀକ୍ଷା ଦେବାକୁ ଡାକ୍ତରୀ ପ୍ରାକ୍ଟିସ ଛାଡ଼ି ଦେଇଥିଲେ‌ ରେଣୁ ରାଜ୍‌। ସେ ବର୍ତ୍ତମାନ କେରଳର ଆଲାପୁଜା ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି।

୨୦୦୯ ମସିହାରେ ଦିଲ୍ଳୀ ଏମ୍ସରେ ସ୍ନାତକ କରିଥିଲେ ‌ଡକ୍ଟର  ସ୍ନେହା ଅଗ୍ରୱାଲ୍‌। ୨୦୧୧ ମସିହାରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ଏବେ ‌ସେ ପଞ୍ଜାବର ଲୁଧିଆନା ମ୍ୟୁନିସିପାଲିଟି କର୍ପୋରେସନର କମିସନର ଭାବରେ କାର୍ଯ୍ୟ କରୁଛନ୍ତି।

ଡକ୍ଟର ସୟଦ ସାବତ ଅଜିମ ଜଣେ ସାମାଜିକ ଉଦ୍ୟୋଗୀ ଏବଂ ଜଣେ ତାଲିମପ୍ରାପ୍ତ ଡାକ୍ତର, ଯିଏକି ୨୦୧୦ ଆଇଏଏସ୍‌ ବନିବା ପରେ ନିଜ ପୂର୍ବ ଚାକିରି ଛାଡ଼ି ଦେଇଥିଲେ।

ତାମିଲନାଡୁର ମୂଳ ବାସିନ୍ଦା ଡକ୍ଟର ବିଜୟ କାର୍ତ୍ତିକେୟନ୍‌ ନିଜ କ୍ୟାରିୟର୍‌କୁ ଚିକିତ୍ସା ପୃଷ୍ଠଭୂମିରୁ ସିଭିଲ୍ ସର୍ଭିସ୍ କ୍ଷେତ୍ରକୁ ସଫଳତାର ସହ ନେଇପାରିଛନ୍ତି। ସେ ୨୦୦୯ ମସିହାରେ ଏମ୍‌ବିବିଏସ୍‌ ପାଇବା ପରେ ୨୦୧୦ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ‌ହୋଇ ଡାକ୍ତର ବନି ପାରିଛନ୍ତି।