ସ୍ୱାମୀ ଚାଲିଗଲା ପରେ କୁଲି କାମ କରି ପୁଅକୁ ପାଳୁଛନ୍ତି ଲକ୍ଷ୍ମୀ, ସ୍ୱାମୀ ମଧ୍ୟ ଥିଲେ ଜଣେ କୁଲି

ଭୋପାଳ: ଭୋପାଳ ରେଳବାଇ ଷ୍ଟେସନ୍‌ରେ ଜଣେ ମହିଳା କୁଲିଙ୍କୁ ଦେଖିବାକୁ ମିଳିଛି। ୩୦ ବର୍ଷୀୟା ମହିଳା ଲକ୍ଷ୍ମୀଙ୍କ ସ୍ୱାମୀ ଜଣେ କୁଲି ଥିଲେ। ଚଳିତବର୍ଷ ଜୁଲାଇରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ସେହି ସମାନ ପନ୍ଥା ଅବଲମ୍ବନ କରି ସେ ନଜ ପରିବାରର ପେଟ ପୋଷୁଛନ୍ତି।

ଲକ୍ଷ୍ମୀ ପ୍ଲାଟ୍‌ଫର୍ମରୁ ପ୍ଲାଟଫର୍ମ ବୁଲିସ୍‌ ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗ୍‌ ଉଠାଇବାକୁ କହିଥାନ୍ତି। ଯାତ୍ରୀମାନଙ୍କ ବ୍ୟାଗ୍‌ ମୁଣ୍ଡାଇ ସେ ଯେତିକି ଟଙ୍କା ଅର୍ଜନ କରନ୍ତି ସେତିକିରେ ପରିବାର ପୋଷନ୍ତି।

Hindustan Times

ଲକ୍ଷ୍ମୀଙ୍କର ୮ ବର୍ଷର ଏକ ପୁଅ ଅଛି। ସେ ତାଙ୍କ ପୁଅକୁ ଭଲ ଜୀବନ ଦେବା ପାଇଁ ତାଙ୍କ ସ୍ୱାମୀ କରୁଥିବା କାମକୁ ନିଜେ କରି ଟଙ୍କା ଅର୍ଜନ କରିବାର ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।

ସେ କହିଛନ୍ତି କି ମାଆ ପୁଅଙ୍କ ପେଟ ପୋଷି ହେବା ପାଇଁ ଅନ୍ୟ କୌଣସି ବାଟ ନାହିଁ। ଏପରି କାମ କରି ସେ ଦିନରୁ ୫୦ କି ୧୦୦ ଟଙ୍କା ରୋଜଗାର କରିଥାନ୍ତି। ସେଥିରେ ମାଆ ପୁଅ ପୋଷା ହୁଅନ୍ତି।

ସମ୍ବନ୍ଧିତ ଖବର