ପ୍ରଧାନମନ୍ତ୍ରୀ ମୋଦି ଓ ଇଭାଙ୍କା ଟ୍ରମ୍ପଙ୍କୁ ବାଙ୍ଗାଲୁର ନିର୍ମିତ ରୋବର୍ଟ ଉପହାର

ହାଇଦ୍ରାବାଦ: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଗ୍ଲୋବାଲ୍‌ ଏଣ୍ଟରପ୍ରିନରସିପ୍‌ ସୁମିଟ୍‌(ଜିଇଏସ୍‌)ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ପରାଶର୍ମଦାତ୍ରୀ ଇଭାଙ୍କା ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଦିଆଯାଇଥିବା ଭାରତ ନିର୍ମିତ ରୋବର୍ଟ ବେଶ୍‌ ଚର୍ଚ୍ଚା ପାଲଟିଛି। ଇଭାଙ୍କା ଏବଂ ମୋଦିଙ୍କୁ ଦିଆଯାଇଥିବା ଏହି ଉପହାରଟି ହେଉଛି ‘ମିତ୍ରା’। ଏହି ରୋବର୍ଟଟି ବାଙ୍ଗାଲୋରର ଜଣେ ଉଦ୍ୟେଗପତି ନିର୍ମାଣ କରିଛନ୍ତି। ରୋବର୍ଟଟି ଏହି ଦୁଇ ଜଣଙ୍କୁ ଉପହାର ଦିଆଯିବା ବେଳେ ସେ ପ୍ରଥମେ ଦୁହିଁଙ୍କୁ ନମସ୍କାର ଜଣାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଭାଙ୍କା ଷ୍ଟେଜ୍‌ ଉପରକୁ ଚଢ଼ିଲା ବେଳେ ‘ମିତ୍ରା’ ସମ୍ମିଳନୀ ଆରମ୍ଭ ହେଲା ବୋଲି ଗୀତ ଜରିଆରେ ଅବଗତ କରାଇଥିଲା।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ୍‌ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ପ୍ରାୟ ୭୦୦ ଉଦ୍ୟୋଗପତି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୦୦ରୁ ଊର୍ଧ୍ୱ ରହିଥିଲେ ଆମେରିକାର। ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷିଅ ଉଦ୍ୟୋଗପତି ସମ୍ମିଳନୀର ଆକର୍ଷଣ ପାଲଟିଥିଲେ।

ସମ୍ବନ୍ଧିତ ଖବର