ପ୍ରେମରେ ଧୋକା ଖାଇଥିବା ଏହି ଆଇଏଏସ ଅଫିସର ଏବେ ବଲିଉଡ ମ୍ୟୁଜିକ ଭିଡିଓରେ ଆସୁଛନ୍ତି ନଜର

ମୁମ୍ବାଇ: ପେସାରେ ସେ ଜଣେ ଆଇଏଏସ ଅଫିସର | ଦିଲ୍ଲୀର ଡେପୁଟି କମିଶନର ଭାବେ ସେ ବେଶ ଜଣାଶୁଣା | କିନ୍ତୁ ନିଶାରେ ସେ ଜଣେ ସୁପର ମଡେଲ | ବଲିଉଡର କିଛି ଲୋକପ୍ରିୟ ମ୍ୟୁଜିକ ଭିଡିଓରେ ସେ ନଜର ଆସିଛନ୍ତି | ତୁଝେ ଭୂଲନା ତୋ ଚାହା ହେଉ କି ଦିଲ ତୋଡ କେ ଭଳି ୟୁଟ୍ୟୁବରେ ଚହଳ ପକାଇଥିବା ମ୍ୟୁଜିକ ଭିଡିଓରେ ସେ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସହ ନଜର ଆସିଛନ୍ତି | ଏହି ଆଇଏଏସ ଅଧିକାରୀ ଜଣକ ହେଉଛନ୍ତି ଅଭିଷେକ ସିଂହ | ତେବେ ତାଙ୍କର ଏହି ପ୍ରଶାସକ ଓ ମଡେଲ ପଛରେ ଏମିତି ଏକ କାହାଣୀ ଅଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ଅଭିଷେକଙ୍କ କହିବା ମୁତାବକ ଉତ୍ତରପ୍ରଦେଶ ଜୋନପୁରରେ ଜନ୍ମ ହୋଇଥିଲେ | ୨୦୧୧ ମସିହାରେ ସେ ୟୁପିଏସସି ପରୀକ୍ଷା ପାସ କରିଥିଲେ |

ଅଭିଷେକଙ୍କ ପତ୍ନୀ ଦୁର୍ଗା ଶକ୍ତି ନାଗପାଳ ମଧ୍ୟ ଜଣେ ଆଇଏଏସ ଅଧିକାରୀ | ଏବେ ପ୍ରଶ୍ନ ଉଠେ ଯେ ଅଭିଷେକ କିଭଳି ବଲିଉଡରେ ଏଣ୍ଟ୍ରି କଲେ ଆଉ ମ୍ୟୁଜିକ ଭିଡିଓରେ ସେ କେମିତି ନଜର ଆସିଲେ ? ତେବେ ବଲିଉଡ ଆସିବା ପଛରେ ଅଭିଷେକଙ୍କ ଅତୀତ ଲୁଚି ରହିଛି | ଯେତେବେଳେ ସେ ୟୁପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଜଣେ ଝିଅଙ୍କ ପ୍ରେମରେ ପଡ଼ିଥିଲେ | କିନ୍ତୁ ପ୍ରେମରେ ସଫଳ ହୋଇନଥିଲେ ଅଭିଷେକ | ପ୍ରେମ ନିବେଦନ କରି ବିଫଳ ହେବା ପରେ ଡିପ୍ରେସନକୁ ଚାଲିଯାଇଥିଲେ |

କିନ୍ତୁ ଅଭିଷେକ ନିଜକୁ ସମ୍ଭାଳି ଥିଲେ | ଆଉ ପ୍ରେମିକାକୁ ଭୁଲିବା ପାଇଁ ପାଠପଢ଼ାରେ ସେ ମନ ଦେଇଥିଲେ | ଏହା ପରେ ସେ ୟୁପିଏସସି ପରୀକ୍ଷା ଦେଇ ୨୦୧୧ ମସିହାରେ ସର୍ବଭାରତୀୟ ସ୍ତରରେ ୯୪ ତମ ରାଙ୍କ ହାସଲ କରିଥିଲେ | ପ୍ରଥମେ ‘ଦିଲ ତୋଡ କେ’ ନାମକ ମ୍ୟୁଜିକ ଆଲବମରେ ଅଭିନୟ କରିଥିଲେ | ଏହା ବାଦ ସେ ଅନେକ ଟିଭି ସିରିୟଲ, ୱେବ ସିରିଜରେ ଅଭିନୟ କରିଥିଲେ |

ସମ୍ବନ୍ଧିତ ଖବର