ନୂଆଦିଲ୍ଲୀ: ନିକଟରେ ମେସେଜିଂ ଆପ୍ ହ୍ଵାଟସଆପର ନୂଆ ପ୍ଲାଟଫର୍ମ ଚ୍ୟାନେଲ ଲଞ୍ଚ ହୋଇଛି। ଚ୍ୟାନେଲଟି ହେଉଛି ଏକପାଖିଆ ବାର୍ତ୍ତା ପ୍ରେରଣ ବ୍ୟବସ୍ଥା, ଯେଉଁଥିରେ ସାର୍ବଜନୀନ ପ୍ରୋଫାଇଲ, ସରକାରୀ ବ୍ୟକ୍ତିବିଶେଷ, ସେଲିବ୍ରିଟି ଏବଂ ସଂଗଠନଗୁଡିକ ହ୍ଵାଟସଆପ ମାଧ୍ୟମରେ ଟେକ୍ସଟ୍‌, ଫଟୋ ଏବଂ ଅନ୍ୟାନ୍ୟ ସବୁକିଛି ପ୍ରେରଣ କରିବା ପାଇଁ ବ୍ୟବହାର କରିପାରିବେ।

Advertisment

କିଛି ଦିନ ମଧ୍ୟରେ ଭାରତରୁ ଅନେକ ସେଲିବ୍ରିଟି ଏହି ଚ୍ୟାନେଲରେ ଯୋଗ ଦେଇଛନ୍ତି ଏବଂ କିଛି ଲୋକ ଲକ୍ଷ ଲକ୍ଷ ଫଲୋଅର୍ସ (ଅନୁଗାମୀ) ମଧ୍ୟ ସଂଗ୍ରହ କରିଛନ୍ତି। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ଫଲୋଅର୍ସ ଅନେକ କ୍ରିକେଟର, ଗାୟକ, ବଲିଉଡ ସେଲିବ୍ରିଟି ଏବଂ ଏପରିକି ଅନେକ ଲୋକପ୍ରିୟ ରାଜନେତାଙ୍କଠାରୁ ମଧ୍ୟ ଅଧିକ ରହିଛି। ଆଉ ଏଇ ମହିଳା ଜଣଙ୍କର ନାମ ହେଉଛି ସୋନାଲି ସିଂ।

ହ୍ଵାଟ୍‌ସଆପ୍‌ ଚ୍ୟାନେଲରେ ୧.୫ ମିଲିୟନ ଫଲୋଅର୍ସ ଥିବା ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ କେବଳ କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର, ଦିଲଜିତ ଦୋସାଞ୍ଜ ଏବଂ ସନ୍ନି ଲିଓନିଙ୍କର ଚ୍ୟାନେଲ ପ୍ଲାଟଫର୍ମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେମାନଙ୍କ ପଛକୁ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି ସୋନାଲି ସିଂ, ଯାହାଙ୍କର ୧.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଉଲ୍ଲେଖଯୋଗ୍ୟ, ମାଲାୟାଲମ ସୁପରଷ୍ଟାର ମୋହନଲାଲଙ୍କ ଫଲୋଅର୍ସ ସଂଖ୍ୟା ମାତ୍ର ୫ ଲକ୍ଷରୁ ଅଧିକ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗସର ଫଲୋଅର୍ସ ଆହୁରି କମ୍‌ ରହିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଧିକାଂଶ ପ୍ରମୁଖ କ୍ରିକେଟର ମଧ୍ୟ ଏଇ ତାଲିକାରେ ବହୁ ପଛରେ ଅଛନ୍ତି। ତେବେ ସୋନାଲିଙ୍କର ଏତେ ଫଲୋଅର୍ସ କେମିତି ଅଛନ୍ତି?

View this post on Instagram

A post shared by Sonali (@sonalisingh)

କାରଣ ସେ ଗାୟକ-ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ବିଜନେସ୍‌ ମ୍ୟାନେଜର। ତେବେ ଏହା ସତ୍ତ୍ୱେ ସୋନାଲିଙ୍କ ହ୍ଵାଟ୍‌ସଆପ୍‌ ଚ୍ୟାନେଲରେ ଫଲୋଅର୍ସ ସଂଖ୍ୟା ଅସ୍ୱାଭାବିକ ଭାବେ ଅଧିକ ରହିଛି। କାରଣ ଇନଷ୍ଟାଗ୍ରାମରେ ତାଙ୍କର ୫୦,୦୦୦ରୁ କମ୍‌ ଫଲୋଅର୍ସ ଥିବା ବେଳେ ଅନ୍ୟ ସୋସିଆଲ ମିଡିଆ ଆପରେ ତାଙ୍କର ଫଲୋଅର୍ସ ସଂଖ୍ୟା ବି କମ୍‌ ରହିଛି। ସୋନାଲି ତାଙ୍କ ହ୍ଵାଟ୍‌ସଆପ୍‌ ପ୍ରସାରଣରେ ଦିଲଜିତଙ୍କ ସହ ବିଟିଏସ୍‌ ଫଟୋ ଏବଂ ଭିଡିଓ ସହିତ ତାଙ୍କ ଜୀବନର ଝଲକ ମଧ୍ୟ ସେୟାର କରିଛନ୍ତି। ସୋନାଲି ତାଙ୍କ ହ୍ଵାଟ୍‌ସଆପ୍‌ ଚ୍ୟାନେଲ ଫିଡ୍‌ରେ ସକ୍ରିୟ ଅଛନ୍ତି ଏବଂ ତାଙ୍କ ପୋଷ୍ଟକୁ ନିୟମିତ ଭାବେ ଏକ ହଜାରରୁ ଅଧିକ ଲାଇକ୍‌ ମିଳିଥାଏ।