ନୂଆଦିଲ୍ଲୀ, ଜମ୍ମୁ କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ରିପୋର୍ଟ ପ୍ରସ୍ତୁତି ପଛରେ ଜଣେ ପାକିସ୍ତାନୀ ଇମାମଙ୍କ ହାତ ରହିଥିବା ସ୍ପଷ୍ଟ ହୋଇଛି। ଇସ୍୍ଲାମ ପ୍ରଚାରକ ତଥା କାନାଡାର ୟର୍କ କ୍ଷେତ୍ରରେ ଅବସ୍ଥିତ ଏକ ମସ୍୍ଜିଦ୍ର ଇମାମ ଜଫର୍ ବଙ୍ଗାସ୍ଙ୍କ ସହିତ ଆଲୋଚନା କରି ଜାତିସଂଘ ମାନବାଧିକାର ହାଇକମିସନର ଜାୟାଦ ରାଡ୍ ଅଲ୍ ହୁସେନ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଅଲ୍ ହୁସେନ ଲଗାତାର ବଂଗାସଙ୍କ ସଂପର୍କରେ ରହୁଥିଲେ ଏବଂ କଶ୍ମୀର ନେଇ ତାଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିଲେ ବୋଲି ବଂଗାସ କଶ୍ମୀର ପ୍ରସଙ୍ଗ ସଂକ୍ରାନ୍ତ ଏକ ଆଲୋଚନାଚକ୍ରରେ କହିଛନ୍ତି। କଶ୍ମୀରରେ ଥିବା ବିଚ୍ଛିନ୍ନତାବାଦୀମାନେ ମଧ୍ୟ ଏହି ରିପୋର୍ଟ ପାଇଁ ତାଙ୍କୁ ତଥ୍ୟ ପ୍ରଦାନ କରିବାରେ ସହାୟକ ହୋଇଛନ୍ତି ବୋଲି ବଂଗାସଙ୍କ ବୟାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜାତିସଂଘର ନିରପେକ୍ଷତାକୁ ନେଇ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ନେଇ ପ୍ରଥମ ଥର ପାଇଁ ଜାତିସଂଘ ରିପୋର୍ଟ ଜାରି କରିଥିଲା ଏବଂ ଭାରତ ସରକାରଙ୍କୁ ଏଥିପାଇଁ ଦାୟୀ କରିଥିଲା। ତେବେ ଜାତିସଂଘର ଏହି ରିପୋର୍ଟକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଯେ କଶ୍ମୀର ମାମଲାରେ ଜାତିସଂଘ ଏକ ଭିତ୍ତିହୀନ, ଅତିରଂଜିତ ଏବଂ ମିଥ୍ୟା ଆଧାରିତ ରିପୋର୍ଟ ପ୍ରସ୍ତୁତ କରିଛି ଯାହାକି ଏହି ଅନୁଷ୍ଠାନର ଗରିମାକୁ ନଷ୍ଟ କରୁଛି । ସମଗ୍ର କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସର୍ବଦା ସ୍ପଷ୍ଟ କରି ଆସିଛି । ଏହା ସତ୍ତ୍ୱେ ବିଶ୍ୱ ସମୁଦାୟରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାତି ବିବୃତିରେ କୁହାଯାଇଥିଲା।
ଭାରତ ବିରୋଧୀ ଜାତିସଂଘ ରିପୋର୍ଟ ପଛରେ ପାକ୍ ଇମାମ
/sambad/media/post_attachments/wp-content/uploads/2018/07/unisafe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)