୧୭ରେ ୧୨ ଖଣି ବହୁଳ ରାଜ୍ୟର ବୈଠକ

ନୂଆଦିଲ୍ଲୀ : ଚଳିତମାସ ୧୭ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା ରାଜ୍ୟ ସହ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଖଣି ସଚିବ ବୈଠକ କରିବେ। ବୈଠକରେ ୨୦୧୮-୧୯ ରେ ନିଲାମ ହେବାକୁ ଥିବା ଖଣି, ପ୍ରତ୍ୟେକ ଖଣି ପାଇଁ ଆବଶ୍ୟକୀୟ ଅନୁମତି (ଷ୍ଟାଟ୍ୟୁଟୋରି କ୍ଲିଅରାନ୍ସ) ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଜିଲ୍ଲା ମିନେରାଲ ଫାଉଣ୍ଡେସନ୍‌ର କାର୍ଯ୍ୟକାରିତା, ଜାତୀୟ ଖଣିଜ ଏକ୍ସପ୍ଲୋରେସନ୍‌ ଟ୍ରଷ୍ଟ୍‍ ଅନ୍ତର୍ଗତ ନୂଆ ଆକାଉଣ୍ଟିଂ ପ୍ରକ୍ରିୟା, ଲଘୁ ଖଣିଜ ଗୁଡ଼ିକର ଷ୍ଟାର ରେଟିଂ ତଥା କାର୍ଯ୍ୟକ୍ଷମତା ବୃଦ୍ଧି ସମ୍ପର୍କରେ କେନ୍ଦ୍ର ଖଣି ସଚିବ ୧୨ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଓ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର