ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ଦିନ ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ମେଣ୍ଟର ସାଂଗଠନିକ ସ୍ତରରେ କେତେକ ନିଷ୍ପତ୍ତି ନିଆଯାଇପାରେ । ବିଶେଷକରି ନୀତୀଶ କୁମାରଙ୍କୁ ମେଣ୍ଟର ଆବାହକ କରାଯାଇପାରେ । ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ମେଣ୍ଟର ଅଧ୍ୟକ୍ଷ କରାଯାଇପାରେ।
ସୂତ୍ରରୁ ପ୍ରକାଶ ଯେ ବିରୋଧୀ ମେଣ୍ଟ ଭାରତରେ ସଂପୃକ୍ତ ଅଧିକାଂଶ ଦଳ ନୀତୀଶ କୁମାରଙ୍କୁ ଆବାହକ କରିବାକୁ ରାଜି ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ କିଛି କହିନାହାନ୍ତି।
ଶନିବାର ବିରୋଧୀ ମେଣ୍ଟ ଭାରତରେ ହେବାକୁ ଥିବା ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ମେଣ୍ଟକୁ ଆସନ ବଣ୍ଟନ ଚୂଡ଼ାନ୍ତ କରିବାକୁ ପଡ଼ିବ। କଂଗ୍ରେସର ଜାତୀୟ ମେଣ୍ଟ କମିଟି ଆସନ ବଣ୍ଟନ ନେଇ ରାଜ୍ୟସ୍ତରୀୟ ଆଲୋଚନା କରୁଛି।
ଏହି ମେଣ୍ଟ କମିଟି ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଠାକରେଙ୍କ ଶିବସେନା ସହ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିସାରିଛି । ତେବେ ଟିଏମସି ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ । ପଶ୍ଚିମବଙ୍ଗରେ ମୋଟ ୪୨ଟି ଲୋକସଭା ଆସନ ଥିବାବେଳେ କଂଗ୍ରେସକୁ ମାତ୍ର ୨ଟି ଆସନ ଦେବାକୁ ଟିଏମସି କହୁଛି, ଯାହାକୁ କଂଗ୍ରେସ ଖାରଜ କରିଦେଇଛି ।