ଆସନ୍ତା କାଲିଠାରୁ ସାରା ଦେଶରେ ଆରମ୍ଭ ହେବ ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ, ଭୋଟର ନିଜେ କରିପାରିବେ ସଂଶୋଧନ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବ ମେଗା ଭୋଟରତାଲିକା ଯାଞ୍ଚ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଏହି କାମ କୌଣସି ସରକାରୀ କର୍ମଚାରୀ ନ କରି ଭୋଟରମାନେ ନିଜେ କରିବେ । ପ୍ରତି ପରିବାରର ଜଣଙ୍କୁ ଏକ ଆଇଡି ଓ ପାସଓ୍ଵାର୍ଡ ଦିଆଯିବ । ସେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଭୋଟର ପଂଜୀକରଣ କିମ୍ବା ସଂଶୋଧନ ଲାଗି ଆବଶ୍ୟକ କାଗଜପତ୍ର ଅପଲୋଡ କରି କରିପାରିବେ । ଏସବୁ ତଥ୍ୟକୁ ବ୍ଲକ ସ୍ତରର ଜଣେ ଅଧିକାରୀ ଯାଞ୍ଚ କରି ମଂଜୁର କରିବାପରେ ତାହା ଭୋଟର ତାଲିକାରେ ସ୍ଥାନ ପାଇବ ।

ଏହି କାର୍ଯ୍ୟକ୍ରମ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆୟୋଜନ କରାଯାଇଛି । ରାଜ୍ୟ ସ୍ତରରେ ମୋଟ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରରେ ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବ୍ଲକସ୍ତରରେ ବ୍ଲକସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମର ତଦାରଖ କରିବେ । ଆସନ୍ତା କାଲି (ସେପ୍ଟେମ୍ବର୧) ଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ ।

ସମ୍ବନ୍ଧିତ ଖବର