ଶିଲଙ୍ଗ୍: କୁକୁଡ଼ାମାଂସ, ଛେଳିମାଂସ ଓ ମାଛ ଅପେକ୍ଷା ଅଧିକ ଗୋମାଂସ ଖାଇବାକୁ ମେଘାଳୟ ସରକାରରେ ଥିବା ବିଜେପି ମନ୍ତ୍ରୀ ସନବୋର୍ ଶୁଲ୍ଲଇ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛନ୍ତି। ତାଙ୍କ ଦଳ ଏହାକୁ ବିରୋଧ କରୁଛି ବୋଲି ଜନସାଧାରଣଙ୍କ ମନରେ ଥିବା ଆଶଙ୍କା ଦୂର କରିବା ଲାଗି ସେ ଏକଥା କହିଛନ୍ତି।
ଗତ ସପ୍ତାହରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ବରିଷ୍ଠ ବିଜେପି ନେତା ଶୁଲ୍ଲଇ କହିଛନ୍ତି, ଗୋଟାଏ ଗଣତାନ୍ତ୍ରିକ ରାଷ୍ଟ୍ରେରେ ଜଣଙ୍କର ଯାହା ଇଚ୍ଛା, ସେ ତାହା ଖାଇ ପାରିବେ।
ଶୁକ୍ରବାର ଦିନ ସେ ସାମ୍ବାଦିକମାନଙ୍କୁ କହିଥିଲେ, କୁକୁଡ଼ାମାଂସ, ଛେଳିମାଂସ ଓ ମାଛ ଅପେକ୍ଷା ଅଧିକ ଗୋମାଂସ ଖାଇବାକୁ ମୁଁ ଜନସାଧାରଣଙ୍କୁ ଉତ୍ସାହ ଦେଉଛି। ଅଧିକ ଗୋମାଂସ ଖାଇବା ଲାଗି ଜନସାଧାରଣଙ୍କୁ ଉତ୍ସାହ ଦେବାଦ୍ବାରା ଗୋହତ୍ୟା ଉପରେ ବିଜେପି ନିଷେଧାଜ୍ଞା ଜାରି କରିବ ବୋଲି ଯେଉଁ ଧାରଣା ରହିଛି, ତାହା ଦୂରୀଭୂତ ହେବ।
Image Courtesy of The Greater Indiaପଶୁପାଳନ ଏବଂ ପଶୁ ଚିକିତ୍ସା ମନ୍ତ୍ରୀ ଥିବା ଶୁଲ୍ଲଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ପଡ଼ୋଶୀ ରାଜ୍ୟରେ ଜାରି ହୋଇଥିବା ନୂଆ ଗୋ-ଆଇନଦ୍ବାରା ଯେମିତି ମେଘାଳୟକୁ ଗୋରୁ ପରିବହନ ପ୍ରଭାବିତ ନ ହୁଏ, ସେ ସମ୍ବନ୍ଧରେ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଆଲୋଚନା କରିବେ।
ମେଘାଳୟ ଏବଂ ଆସାମ ମଧ୍ୟରେ ଉପୁଜିଥିବା ସୀମା ବିବାଦ ସମ୍ବନ୍ଧରେ ତୃତୀୟ ଥର ପାଇଁ ବିଧାୟକ ହୋଇଥିବା ଶୁଲ୍ଲଇ କହିଛନ୍ତି, ସୀମା ଓ ଜନତାଙ୍କୁ ସୁରକ୍ଷା ଦେବା ଲାଗି ଏଥର ପୁଲିସ ଫୌଜର ସହାୟତା ନେବାକୁ ପଡ଼ିବ। ତାଙ୍କ ଭାଷାରେ, ଏବେ ସୀମାନ୍ତ ଅଞ୍ଚଳରେ ଆସାମବାସୀ ଆମ ଲୋକମାନଙ୍କୁ ହଇରାଣ କଲେ, ଖାଲି ବସି ଆଲୋଚନା କରି ଚା ପିଇବାର ବେଳ ଆଉ ନାହିଁ। ଆମେ ପ୍ରତିକ୍ରିୟା ବ୍ୟକ୍ତ କରିବୁ, ଘଟଣାସ୍ଥଳକୁ ଯାଇ ଠିକଣା ଜବାବ ଦେବୁ।
କିନ୍ତୁ, ସେ ହିଂସାର ପକ୍ଷପାତ କରନ୍ତି ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/sanbor.jpeg)