ଇନ୍ଦୋର: ହନିମୁନ ହତ୍ୟା ମାମଲାରେ ଧିରେଧିରେ ଗୋଟେ ପରେ ଗୋଟେ ଗୁମର ଫିଟୁଥିବା ବେଳେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆଉ ଇତିମଧ୍ୟରେ ସାମ୍ନାକୁ ଆସିଛି ରାଜା ରଘୁବଂଶୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ୍ ରିପୋର୍ଟରେ ସ୍ପଷ୍ଟ ସୂଚନା ମିଳୁଥିବା ଏବେ ତାଙ୍କ ମୁଣ୍ଡରେ ଲାଗିଛି ଦୁଇଟି ଗଭୀର ଆଘାତ ।

Advertisment

ପୋଷ୍ଟ ମର୍ଟମ୍ ରିପୋର୍ଟ ଅନୁସାରେ ରାଜାଙ୍କ ମୁଣ୍ଡରେ ୨ଟି ଧାରୁଆ ଅସ୍ତ୍ରରେ ଆକ୍ରମଣର ଚିହ୍ନ ରହିଛି । ଆଉ ୨ଟି ଯାକ ଆଘାତ ଦୁଇଟି ଦିଗରୁ କରାଯାଇଛି ଅର୍ଥାତ ଗୋଟିଏ ଆଘାତ ସାମ୍ନାପଟୁ ଏବଂ ଅନ୍ୟଟି ପଛପଟୁ କରାଯାଇଥିବା ପୋଷ୍ଟ ମର୍ଟମ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଯାହା ସ୍ପଷ୍ଟ ଦର୍ଶାଉଛି କି ହତ୍ୟା ପ୍ରାୟୋଜିତ ଏବଂ ଅତି ନିକଟରୁ କରାଯାଇଛି ।

ଅଧିକ ପଢନ୍ତୁ-

ଦୀର୍ଘ ୧୬ ଦିନ ପରେ ପୁଲିସ୍‌ ସମ୍ମୁଖରେ ଆତ୍ମସମର୍ପଣ କଲେ ଅଭିଯୁକ୍ତା

ତେବେ ଏହି ଘଟଣାରେ ୟୁପି ଗାଜିପୁରର ଏକ ହୋଟେଲରୁ ରାଜାଙ୍କ ପତ୍ନୀ ସୋନମଙ୍କୁ ଗିରଫ କରିଛି ପୋଲିସ । ସୋନମଙ୍କ କହିବା ଅନୁସାରେ କିଛି ଦୁର୍ବୃତ୍ତ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ଆଉ ତାଙ୍କୁ ଅପହରଣ କରିନେଇଥିଲେ । ମାତ୍ର ପୋଲିସକୁ ଘଟଣାରେ ସ୍ତ୍ରୀର ସମ୍ପୃକ୍ତି ଥିବା ସନ୍ଦେହ ବଢିଛି ।

ସେପଟେ ଘଟଣାଟି ଏହିପରି- ବିବାହ ପରେ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ ଇନ୍ଦୋରର ବ୍ୟବସାୟୀ  ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ । ସେଠାକୁ ଯିବାର କିଛି ଦିନ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । କିଛି ଦିନ ଯୋଗାଯୋଗ ନହେବାରୁ ପରିବାର ଲୋକେ ସିଲଙ୍ଗ ଗଲେ । ଯେଉଁ ଠିକଣା ପୂର୍ବରୁ ରାଜା କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୋଲିସର ସାହାଯ୍ୟ ମାଗିଥିଲେ । 

ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠାକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା ।