ମେଘାଳୟ ଖଣି ଦୁର୍ଘଟଣା: ଫସି ରହିଥିବା ୧୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କଲା ନୌସେନା

ନୂଆଦିଲ୍ଲୀ : ମେଘାଳୟର ବେଆଇନ୍‌ କୋଇଲା ଖଣିରେ ହଠାତ୍‌ ବନ୍ୟା ପାଣି ପ୍ରବେଶ କରିବାରୁ ଖଣିରେ କାମ କରୁଥିବା ୨୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଫସି ରହିଥିଲେ । ଡିିସେମ୍ବର ୧୩, ୨୦୧୮ରେ ଏହି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ୧୫ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପାରି ନ ଥିଲା । ଏତେ ଦିନର ଉଦ୍ୟମ ପରେ ଉଦ୍ଧାର ହୋଇ ପାରି ନ ଥିବା ୧୫ଜଣଙ୍କ ମୃତଦେହ ମଧ୍ୟରୁ ଏବେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

CNBCTV18.com

ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ୩୭୦ଫୁଟ୍‌ ତଳେ ୧୫ଜଣ ଶ୍ରମିକ ଫସି ରହିଥିବା ବେଳେ ମାସେ ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଥିଲା । ନୌସେନାର ଟିମ୍‌ ଅଣ୍ଡରଓ୍ଵାଟର ରିମୋଟ୍‌ଲି ଅପରେଟେଡ୍‌ ଭେଇକିଲ୍‌ର ବ୍ୟବହାର କରି ଷଢ଼ି ଯାଇଥିବା ମୃତ ଦେହକୁ ପାଣିରୁ ବାହାର କରିଥିଲେ । ଏବେ ଉଦ୍ଧାର କରାଯାଇଥିବା ମୃଦଦେହ ବେବଚ୍ଛଦ ପାଇଁ ପଠା ଯାଇଥିବା ବେଳେ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରି ଦିଆଯିବ ।

ସମ୍ବନ୍ଧିତ ଖବର