ନୂଆଦିଲ୍ଲୀ: ହନିମୁନ ହତ୍ୟା ମାମଲାରେ ଆସିଲା ଆଉ ଏକ ବଡ ଖବର । ହନିମୁନରେ ଯାଇ ସ୍ବାମୀ ରାଜାଙ୍କୁ କେଉଁଥିରେ ହତ୍ୟା କଲା ପିଶାଚୀ ପତ୍ନୀ ସୋନମ । ଏ ପ୍ରଶ୍ନ ଅନେକ ସମୟରେ ଉଠୁଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । ନିଜ ସ୍ବାମୀ ରାଜାକୁ ଏକ ଧାରୁଆ କଟୁରୀରେ ହତ୍ୟା କରିଛନ୍ତି ଦୁହେଁ ସୋନମ ଏବଂ ତାର ପ୍ରେମିକ ।
ତେବେ ରାଜାଙ୍କୁ ହତ୍ୟା ହୋଇଥିବା ଉକ୍ତ ଅସ୍ତ୍ର ଜବତ ହୋଇଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ରରୁ ପୋଲିସ ଜବତ କରିଛି ଏବଂ କହିଛି ରାଜାଙ୍କୁ ପ୍ରଥମ ଆକ୍ରମଣ ସୋନମର ପ୍ରେମିକ ବିଶାଲ କରିଥିଲା । ରାଜା ମଧ୍ୟ ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ହେଲେ ପାରିନଥିଲେ ଧାରୁଆ ଅସ୍ତ୍ରର ଚୋଟରେ ଶେଷରେ ଚାଲିଯାଇଥିଲା ତାଙ୍କ ଜୀବନ । ତେବେ ଅଭିଯୁକ୍ତମାନେ ଗୌହାଟୀ ରେଳ ଷ୍ଟେସନ ନିକଟରୁ ଏହି ଅସ୍ତ୍ର କିଣିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ।
ସେପଟେ ଗତ କିଛି ଦିନ ତଳେ କୁରାଢିରେ ରାଜାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିଲା । ଗଛକଟା ଯାଉଥିବା କୁରାଢିରେ ତାଙ୍କୁ ହତ୍ୟା ହୋଇଥିଲା ପ୍ରାଥମିକ ସୂଚନା ଆଧାରରେ କୁହାଯାଉଥିଲା । ହତ୍ୟା ପରେ ଫିଙ୍ଗିଦେଇଥିବା କୁରାଢି ହିଁ ରାଜା ହତ୍ୟାକାଣ୍ଡର ସୁରାକ ଦେଇଥିବା କୁହାଯାଉଥିଲା । ମାତ୍ର ଏବେ ଏହି ହତିଆର ଜବତ କରିଛି ପୋଲିସ ।