ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଗିରଫ କରାଯାଉ : କବିନ୍ଦର ଗୁପ୍ତା

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ନେତା ଜମ୍ମୁୁ-କଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ମଦ୍ରାସା ଗୁଡିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରାଯିବା ଉଚିତ ଓ ଜମାତ୍‌-ଏ ଇସଲାମ୍‌କୁ ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ସମର୍ଥନ କରୁଥାନ୍ତି, ତେବେ ତାଙ୍କୁ ଗିରଫ କରାଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବଙ୍ଗଳା ଦେଶ ଓ ଆଫଗାନିସ୍ତାନରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ମଦ୍ରାସାଗୁଡିକୁ ନିଷିଦ୍ଧ କରାଯାଇଛି।

 

ପିଡିପ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଅନନ୍ତନାଗ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଜମାତ୍‌-ଏ-ଇସଲାମ୍‌’କୁ ନିଷିଦ୍ଧ କରିବା ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ସେ ଏଥିରେ ଦାବି କରିଥିଲେ କି ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ। ଏଥିରେ ବହୁସଂଖ୍ୟକ ପିଡିପି କର୍ମୀ ଓ ନେତାମାନେ ଅଂଶଗ୍ରହଣ କରିଥିଲେ। ସେ ଧମକ ଦେଇଛନ୍ତି ଯେ ଏହା ବିରୁଦ୍ଧରେ ପିଡିପି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ପ୍ରତିବାଦ ସଭା କରିବ।

ସମ୍ବନ୍ଧିତ ଖବର