ଶ୍ରୀନଗର: ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଦୀର୍ଘ ୧୪ ମାସ ପରେ ବନ୍ଦୀରୁ ମୁକୁଳିବାପରେ ତାଙ୍କୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସି ସଭାପତି ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ତାଙ୍କ ବାସଭବନରେ ଭେଟିଛନ୍ତି। ଆସନ୍ତାକାଲି ଜମ୍ମୁ କାଶ୍ମୀରରେ ସମସ୍ତ ପ୍ରମୁଖ ଆଞ୍ଚଳିକ ଦଳମାନଙ୍କର ଏକ ବୈଠକ ଥିବାବେଳେ ଏହି ବୈଠକକୁ ସେମାନେ ମୁଫ୍ତିଙ୍କୁ ଆମନ୍ତ୍ରିତ କରିଛନ୍ତି। ମୁଫ୍ତି ମୁକୁଳିବାପରେ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି , ଧାରା ୩୭୦ ପୁନଃ ଲାଗୁ କରିବାପାଇଁ ସେ ତାଙ୍କ ସଂଘର୍ଷ ଜାରି ରଖିବେ।
ମେହବୁବାଙ୍କୁ ଭେଟିଲେ ଫାରୁକ୍, ଓମାର
/sambad/media/post_attachments/wp-content/uploads/2020/10/omar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)