ଶ୍ରୀନଗର : କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲିଠାରୁ ଗୃହବନ୍ଦୀ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଆଜି ସଂଧ୍ୟାରେ ଗିରଫ କରାଯାଇଛି । ଗିରଫ କରିବା ପରେ ତାଙ୍କୁ ହରି ନିବାସ ଗେଷ୍ଟହାଉସକୁ ନିଆଯାଇଛି । ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଛି ।

Advertisment

ଗତକାଲି ରାତିଠାରୁ ମେହେବୁବା, ଓମର ଓ ଫାରୁକ ଅବଦୁଲ୍ଲା ଙ୍କ ସମେତ କାଶ୍ମୀରର କେତେକ ରାଜନୈତିକ ନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା । ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଘାଟୀରେ ହିଂସା ବ୍ୟାପୀବାର ଆଶଙ୍କା ଥିବାରୁ ସରକାର ଏହି ନେତାମାନଙ୍କୁ ଗିରଫ କରୁଛନ୍ତି । ରାଜ୍ୟରେ ଧାରା ୧୪୪ ଲାଗୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ ରହିଛି ।